Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଧା ରହିଗଲା ସଂଗ୍ରହାଳୟ ସ୍ୱପ୍ନ! INS ବିରାଟ ଉପରୁ ହଟିଲା ସୁପ୍ରିମକୋର୍ଟଙ୍କ ରହିତାଦେଶ, ଏବେ ଭଙ୍ଗା ହେବ ଜାହାଜ

12/04/2021 at 6:48 PM

ନୂଆଦିଲ୍ଲୀ ୧୨।୪: ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିରାଟକୁ ଭାଙ୍ଗିବାରେ ଥିବା ପ୍ରତିବନ୍ଧକ ଦୂର ହୋଇଯାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ରହିତାଦେଶ ସୋମବାର ହଟାଇ ଦେଇଛନ୍ତି। ଏଣୁ ଜାହାଜ ଏବେ ଭଙ୍ଗା ହେବା ନିଶ୍ଚିତ ହୋଇଯାଇଛି। ଏହି ଜାହାଜକୁ ସାମୁଦ୍ରିକ ସଂଗ୍ରହାଳୟ କରିବା ଲାଗି ଏକ କମ୍ପାନୀ ଗତ ଫେବୃଆରୀ ୧୦ ତାରିଖରେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଆବେଦନ ଅନୁସାରେ କୋର୍ଟ ଜାହାଜ ଭଙ୍ଗା ଉପରେ ରହିତାଦେଶ ଜାରି କରିଥିଲେ।  

କମ୍ପାନୀ ଜାହାଜକୁ କ୍ରୟ କରି ଏହାକୁ ସଂରକ୍ଷିତ କରିବାକୁ ଚାହୁଁଥିଲା। ଯାହା ଦ୍ୱାରା ଆଗାମୀ ସମୟରେ ଲୋକେ ଗତ ଦିନର ନୌସେନା ସମ୍ପର୍କରେ ଅଭିଜ୍ଞତା ହାସଲ କରିପାରିଥାନ୍ତେ। ତେବେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ.ଏ.ବୋବଡେ ସୋମବାର ମାମଲାର ଶୁଣାଣି କରି  ଆବେଦନକାରୀ ପଦକ୍ଷେପ ନେବାରେ  ବିଳମ୍ବ କରିଦେଇଥିବା କହିଛନ୍ତି। ଆବେଦନ ଶୁଣାଣିର ପ୍ରଥମ ଦିନରେ ସୁପ୍ରିମକୋର୍ଟ ଜାହାଜ ଭଙ୍ଗା ଉପରେ ତୁରନ୍ତ ରହିତାଦେଶ ଜାରି କରିଥିଲେ। ହେଲେ ସେତେବେଳକୁ ଜାହାଜର ୪୦ ପ୍ରତିଶତ ଭାଙ୍ଗିସାରିଥିଲା।

ଆବେଦନକାରୀଙ୍କୁ ଏଥିଲାଗି ବମ୍ବେ ହାଇକୋର୍ଟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କୁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ। ତେବେ ମନ୍ତ୍ରାଳୟ ଆବେଦନକାରୀଙ୍କ ଜ୍ଞାପନକୁ ଗ୍ରହଣ କରିନଥିଲେ। ଏ ନେଇ ନିଷ୍ପତ୍ତି ହୋଇସାରିଛି ଓ ଏଥିରେ ଦଖଲ ଦେବା ଉଚିତ ହେବ ନାହିଁ ବୋଲି ଆବେଦନକାରୀଙ୍କୁ ମନ୍ତ୍ରାଳୟ କହିଥିଲେ। ତେବେ ଆବେଦନକାରୀଙ୍କ କଥାରେ ସୁପ୍ରିମକୋର୍ଟ ରାଜି ବୋଲି କହିଛନ୍ତି। ହେଲେ ୪୦ ପ୍ରତିଶତ ଭାଙ୍ଗିସାରିଥିବା ଏକ ଜାହାଜକୁ କିପରି କାହାକୁ ବିକାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ଜାହାଜ ଭଙ୍ଗା ପ୍ରକ୍ରିୟାକୁ କୋର୍ଟ ଅନୁମତି ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଏନଭିଟେକ୍‌ ମେରିନ୍‌ କନସଲଟେଣ୍ଟସ୍‌ ଲମିଟେଡ୍ ନାମକ ସଂସ୍ଥା ଉନବିଂଶ ଶତାବ୍ଦୀର ଏହି ଯୁଦ୍ଧ ଜାହାଜକୁ ସଂଗ୍ରହାଳୟରେ ରୂପାନ୍ତରିତ କରିବା ଲାଗି କିଣିବାକୁ ଚାହୁଁଥିଲେ। ହେଲେ ତା ପୂର୍ବରୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ସ୍କ୍ରାପ୍‌ କରିବା ଲାଗି ନିଲାମ କରିସାରିଥିଲେ।

   Related Posts