Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସୁପ୍ରିମକୋର୍ଟ ଜଜ୍ ଡି.ୱାଇ.ଚନ୍ଦ୍ରଚୂଡ଼ କରୋନା ପଜେଟିଭ, କୋଭିଡ ମ୍ୟାନେଜମେଣ୍ଟ ମାମଲାର କରୁଥିଲେ ଶୁଣାଣି

12/05/2021 at 9:52 PM

ନୂଆଦିଲ୍ଲୀ ୧୨।୫: ସୁପ୍ରିମକୋର୍ଟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟରେ ଏବେ ନିୟମିତ ଶୁଣାଣି ଚାଲିଛି। କରୋନା ଦ୍ୱିତୀୟ ଲହରରେ କେନ୍ଦ୍ର ସରକାରଙ୍କ ନୀତି ଓ ପ୍ରସ୍ତୁତିର ଚନ୍ଦ୍ରଚୂଡ ନିୟମିତ ଶୁଣାଣି କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କର କରୋନା ପରୀକ୍ଷଣ ହୋଇଥିବା ବେଳେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେ ଏବେ ସ୍ୱଭାବିକ ଥିବା କୁହାଯାଇଛି।

ତେବେ ବିଚାରପତି ସଂକ୍ରମିତ ଥିବା ଜଣାପଡିବା ପରେ ତାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବସିବ ନାହିଁ । ଏ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି ହୋଇଥିବା ବେଳେ ବେଞ୍ଚର ଅଧ୍ୟକ୍ଷତା କରୁଥିବା ବିଚାରପତି ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସୂଚିତ କରିଛନ୍ତି। ତେବେ ସେ ଧିରେ ଧିରେ ସୁସ୍ଥ ହେଉଥିବା କୋର୍ଟ ସୂଚିତ କରିଛନ୍ତି।

ଏହା ପୂର୍ବରୁ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଗତ ଶନିବାର  ୧୨ କରୋନା ଲାଗି ସଦସୀୟ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ଟାସ୍କ ଫୋର୍ସ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ମେଡିକାଲ ଅକ୍ସିଜେନ ଓ ଅନ୍ୟ ଜରୁରି ଔଷଧର ଆକଳନ କରିବା ସହ ସେସବୁର ଯୋଗାଣ ସୁପାରିସ କରିବେ। କେବଳ ଏତିକି ନୁହେଁ ଏହି ଟାସ୍କ ଫୋର୍ସ କରୋନା ଆହ୍ୱାନର ମୁକାବିଲା ଲାଗି ଇନପୁଟ୍ ଓ ରଣନୀତି ମଧ୍ୟ ପରାମର୍ଶ ଦେବେ।

   Related Posts