Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲୋଜିୟମଙ୍କ ମଞ୍ଜୁରୀ

13/05/2019 at 8:13 PM

ନୂଆଦିଲ୍ଲୀ ୧୩।୫ :   ଦେଶର ୪ ହାଇକୋର୍ଟଙ୍କ  ମୁଖ୍ୟ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ କଲୋଜିୟମ । ଦିଲ୍ଲୀ, ହିମାଚଳ ପ୍ରଦେଶ, ତେଲଙ୍ଗାନା ଓ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଜଷ୍ଟିସଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି ।

 ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‍ ଏ୍.ଏସ୍‍. ବୋବଡେ ଓ ଜଷ୍ଟିସ୍‍ ଏନ୍.ଭି. ରମଣଙ୍କୁ ନେଇ ଗଠିତ କଲୋଜୟିମ ଝାଡ଼ଖଣ୍ଡ ହାଇକୋର୍ଟ ବିଚାରପତି ଜଷ୍ଟିସ୍‍ ଡି.ଏନ୍‍. ପଟେଲଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଆସନ୍ତା ସପ୍ତାହରେ ଅବସର ନେବେ।



ସେହିପରି ମାଡ୍ରାସ ହାଇକୋର୍ଟଙ୍କ ବରିଷ୍ଠ ବିଚାରପତି ଜଷ୍ଟିସ୍‍ ରାମା ସୁବ୍ରମଣ୍ୟମଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍‍ ଏ.ଏ. କ୍ୟୁରେସୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଓ  ଜଷ୍ଟିସ୍‍ ଆର.ଏସ୍‍. ଚୌହାନଙ୍କୁ ତେଲଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହାବାଦ କଲେଜିୟମ ଦୁଇ ଜଣ ଓକିଲ ବିଶାଲ ଧାନଗ ଏବଂ ବିଶାଲ ମିଶ୍ରାଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି ।

   Related Posts