Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମୁଖ୍ୟ ବିଚାରପତି ପଦରୁ ଅବସର ନେଲେ ଜଷ୍ଟିସ୍ ଏସ୍.ଏ.ବୋବଡେ, କହିଲେ ‘ମୁଁ ମୋର ସର୍ବଶ୍ରେଷ୍ଠ କାର୍ଯ୍ୟ କରିଛି’

23/04/2021 at 5:59 PM

ନୂଆଦିଲ୍ଲୀ ୨୩।୪: ସର୍ବୋଚ୍ଚନ୍ୟାୟାଳୟଙ୍କ ପ୍ରଧାନବିଚାରପତି ପଦରୁ ଜଷ୍ଟିସ୍‌ ଏସ୍.ଏ.ବୋବଡେ ୨୩ ଏପ୍ରିଲ ଶୁକ୍ରବାର ଅବସର ନେଇଛନ୍ତି। ସେ ତାଙ୍କ ବିଦାୟୀ ଭାଷଣରେ ସର୍ବୋଚ୍ଚନ୍ୟାୟାଳୟରୁ ପ୍ରଶନ୍ନତା, ସଦଭାବ ଓ ଅନେକ ଭଲସ୍ମୃତି ସାଙ୍ଗରେ ନେଇ ବିଦାୟ ନେଉଛି ବୋଲି କହିଛନ୍ତି। ଦେଶର ଚିଫ୍ ଜଷ୍ଟିସ୍‌ ଭାବେ ସେ ତାଙ୍କର ସର୍ବୋତ୍ତମ କାର୍ଯ୍ୟ କରିପାରିଥିବାରୁ ଆତ୍ମ ସନ୍ତୋଷ ବ୍ୟକ୍ତ କରିଛନ୍ତି।  ସେ ନଭେମ୍ବର ୨୦୧୯ରେ ଦେଶର ୪୭ତମ ମୁଖ୍ୟ ବିଚାରପତି ଭାବେ ପଦଓ ଗୋପନୀୟତାର ଶପଥପାଠ କରିଥିଲେ।

ଜଷ୍ଟିସ୍‌ ବୋବଡେ କରୋନା ଭାଇରସ ମହାମାରୀ ସଂକଟରେ ଦେଶର ନ୍ୟାୟାପାଳିକା ନେତୃତ୍ୱ ନେଇଥିଲେ। କରୋନା ଲକଡାଉନରେ ସାରା ଦେଶ ଲକଡାଉନ୍‌ ଥିବା ବେଳେ ଚିଫ୍ ଜଷ୍ଟିସ୍‌ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟ କାର୍ଯ୍ୟ ପରିଚାଳନାର ନୂଆ ଇତିହାସ ସୃଷ୍ଟି କରିଥିଲେ। ଏଣୁ ସେ ବିଦାୟୀ ଭାଷଣରେ ଶେଷ ଦିନଗୁଡିକର ଅନୁଭୂତି ବୟାନ କରିବା କଷ୍ଟକର ବୋଲି କହିଛନ୍ତି। କାରଣ ଏହି ସମୟର ପ୍ରତିକ୍ରିୟା ପ୍ରାୟତ ମିଶ୍ରିତ। ଏଣୁ ଏହା ବାକ୍ୟରେ ବୟାନ ସମ୍ଭବ ନୁହେଁ। ତେବେ ଏଭଳି ସମାରୋହ ମୋ ଜୀବନ କାଳର ନୂଆ ନୁହେଁ ହେଲେ ଆଜିର ଅନୁଭୂତି ମୋ ଲାଗି ସମ୍ପୂର୍ଣ୍ଣ ନୂଆ ବୋଲି କହିଛନ୍ତି।

ଦୀର୍ଘ ୨୧ ବର୍ଷକାଳ ବିଚାରପତି ଭାବେ ସେ ସେବା ଦେବା ପରେ ଶୁକ୍ରବାର ଅବସର ନେଇଛନ୍ତି। ତେବେ ସୁପ୍ରିମକୋର୍ଟରେ ତାଙ୍କର କାର୍ଯ୍ୟକାଳକୁ ସର୍ବଶ୍ରେଷ୍ଠ ବୋଲି ଜଷ୍ଟିସ୍‌ ବୋବଡେ କହିଛନ୍ତି। ଏହା ଛଡା ସାଥୀ ବିଚାରପତିମାନଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିବାର ସେ କହିଛନ୍ତି। ଏହି ଅବସରରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ କରୋନାକାଳରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ଉଲ୍ଲେଖନୀୟ କହିଛନ୍ତି। ସମସ୍ତେ ଭାବିଥିଲେ କୋର୍ଟ ବନ୍ଦ ହୋଇଯିବ। ତେବେ ପ୍ରଧାନ ବିଚାରପତି ବୋବଡେ ପଦକ୍ଷେପ ନେବା ସହ ଡିଜିଟାଲ ଶୁଣାଣି କରିଥିଲେ। ଫଳରେ ୫୦ ହଜାର ମାମଲାର ଫୈସଲା ହୋଇପାରିଛି, ଯାହା ସର୍ବୋଚ୍ଚନ୍ୟାୟାଳଙ୍କ ସବୁଠୁ ବଡ ଉପଲବ୍ଧି ବୋଲି ବେଣୁଗୋପାଲ କହିଛନ୍ତି।        

କରୋନା ଭାଇରସ ମହାମାରୀ ଲାଗି କୋର୍ଟ ଡିଜିଟାଲ ଶୁଣାଣି କରିଥିଲେ। ତେବେ ରେଜିଷ୍ଟ୍ରାରଙ୍କ ବିନା ଏହି କାମ ସମ୍ଭବ ନଥିଲା। ଏହା ସତ୍ତ୍ୱେ ଯାହାବି ତ୍ରୁଟି ବିଚ୍ୟୁତି ରହି ଯାଇଛି ସେଥିରେ ସୁଧାର ଅଣାଯାଇପାରିବ ବୋଲି ଜଷ୍ଟିସ୍‌ ବୋବଡେ କହିଛନ୍ତି। ଅବସର ପରେ ଏହି ପଦବୀର ଦାୟିତ୍ୱ ଏବେ ମୁଁ ଜଷ୍ଟିସ୍‌ ଏନ୍.ଭି.ରମନ୍ନାଙ୍କ ହାତରେ ନ୍ୟସ୍ତ କରିଯାଉଛି। ତେବେ ସେ ନ୍ୟାୟାଳୟଙ୍କ ନେତୃତ୍ୱ ନେବାରେ ସକ୍ଷମ ହେବେ ବୋଲି ବୋବଡେ ଆଶାବ୍ୟକ୍ତ କରିଛନ୍ତି।

   Related Posts