Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବଢ଼ିଲା ବାବାଙ୍କ ସମସ୍ୟା ! ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏଲୋପ୍ୟାଥି ଉପରେ ଦେଇଥିବା ବୟାନର ଦିଅ ଓରିଜିନାଲ ଭିଡିଓ

30/06/2021 at 7:18 PM

ନୂଆଦିଲ୍ଲୀ ୩୦।୬: କରୋନା ଚିକିତ୍ସା ପ୍ରୋଟକଲକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଏବେ ଯୋଗଗୁରୁ ବାବା ରାମଦେବଙ୍କ ଲାଗି ମହଙ୍ଗା ପଡିପାରେ ବୋଲି ଅନୁମାନ କରାଯାଉଛି। ସୁପ୍ରିମକୋର୍ଟ ବୁଧବାର ରାମଦେବଙ୍କୁ ଏଲୋପ୍ୟାଥିକ ମେଡିସିନ ଉପରେ ସେ ଦେଇଥିବା ବୟାନର ଓରିଜିନାଲ ଭିଡିଓ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍‌ ଏନ.ଭି.ରମନ୍ନା ମାମଲାର ଶୁଣାଣିକାଳରେ ରାମଦେବଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ମୁକୁଲ ରୋହତଗୀଙ୍କୁ ସେ ଦେଇଥିବା ବକ୍ତବ୍ୟର ଓରିଜିନାଲ ରେକର୍ଡ କାଇଁ ବୋଲି କୋର୍ଟ ପଚାରିଛନ୍ତି।

 ଜବାବରେ ରୋହତଗୀ ରାମଦେବଙ୍କ ବୟାନର ଓରିଜିନାଲ ଭିଡିଓ ସମେତ ଏହାର ଟ୍ରାନ୍ସସ୍କ୍ରିପସନ ମଧ୍ୟ ସେ କୋର୍ଟଙ୍କୁ ଦେଇଦେବେ ବୋଲି କହିଛନ୍ତି। ମୁଖ୍ୟନ୍ୟାୟାଧୀଶ ଜଷ୍ଟିସ ରମନ୍ନାଙ୍କ ନେତୃତ୍ୱରେ ଜଷ୍ଟିସ ଏ.ଏସ.ବୋପାନ୍ନା ଓ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଓକିଲଙ୍କ ପ୍ରତିଶ୍ରୁତିପରେ ଖଣ୍ଡପୀଠ ମାମଲାର ଆଗାମୀ ଶୁଣାଣି ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଦେଶରେ କରୋନା ଦ୍ୱିତୀୟ ଲହର କାରଳରେ ବାବା ରାମଦେବ ଦେଶରେ ଏଲୋପ୍ୟାଥିକ ଚିକିତ୍ସା ପଦ୍ଧତୀକୁ ନେଇ ପ୍ରଶ୍ନ କରିଥିଲେ। ତାଙ୍କ ବିବାଦୀୟ ବୟାନରେ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ବିହାର ଓ ଛତିଶଗଡ ପୋଲିସରେ ଏତଲା ମଧ୍ୟ ରୁଜୁ କରିଥିଲେ। ପୃଥକପୃଥକ ସ୍ଥାନରେ ରୁଜୁ ମାମଲା ଅଟକାଇବା ଲାଗି ରାମଦେବ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଆଇଏମଏଙ୍କ ପାଟନା ଓ ରାୟପୁର ଚାପ୍ଟର ରାମଦେବଙ୍କ ଏପରି ବୟାନବାଜୀ ଦେଶରେ କରୋନା ମୁକାବିଲାରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ଅଭିଯୋଗ କରିଥିଲେ। ରାମଦେବ ତାଙ୍କ ଲିଖିତ ଆବେଦନରେ ରାୟପୁର ଓ ପାଟନାରେ ରୁଜୁ ମାମଲା ଦିଲ୍ଲୀ ସ୍ଥାନାନ୍ତରିତ କରିବା ଲାଗି ନିବେଦନ କରିଛନ୍ତି। ଭିଡିଓ କନଫରେନସିଂରେ ମାମଲାର ଶୁଣାଣି କାଳରେ ଓକିଲ ମୁକୁଲ ରୋହତଗୀ ରାମଦେବ ଜଣେ ପବ୍ଲିକ ଫିଗର ଓ ସେ ଯୋଗ ଏବଂ ଆୟୁର୍ବେଦର ପ୍ରଚାର କରନ୍ତି ବୋଲି କୋର୍ଟଙ୍କୁ କହିଥିଲେ।  

ଏକ ଇଭେଣ୍ଟରେ ହ୍ୱାଟସ୍‌ଏପରେ ଆସିଥିବା ବାର୍ତ୍ତା ତାଙ୍କୁ ପଢି ଶୁଣାଯାଇଥିଲା। ଏହି ଘଟଣାର ସେ ସ୍ପଷ୍ଟିକରଣ ଦେଇସାରିଛନ୍ତି ବୋଲି ଓକିଲ ରୋହତଗୀ କୋର୍ଟଙ୍କୁ କହିଥିଲେ। ଯେଉଁଥିରେ ଡାକ୍ତରଙ୍କ ଲାଗି ତାଙ୍କ ମନରେ କୌଣସି ଦୁର୍ଭାବନା ନଥିବା କହିଥିଲେ। ଏହା ସତ୍ତ୍ୱେ ତାଙ୍କ କଥାକୁ କଦର୍ଥ କରି ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଥିବା ରୋହତଗୀ କହିଥିଲେ। ଏହି ସବୁ ଅଭିଯୋଗକୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଛନ୍ତି।

ବୟାନ ଲାଗି ରାମଦେବଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ସମେତ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ ହୋଇଛି। ତେବେ ସମାନ ଅଭିଯୋଗରେ ପୃଥକ ପୃଥକ ସ୍ଥାନରେ ରୁଜୁ ମାମଲା ଲାଗି ତାଙ୍କୁ ସବୁସ୍ଥାନକୁ ଯିବାର ଆବଶ୍ୟକ ହେବନି ଯଦି ସବୁ ଅଭିଯୋଗକୁ ଗୋଟିଏ ସ୍ଥାନକୁ ସ୍ଥାନାନ୍ତର କରିଦିଆଯାଏ ବୋଲି ଓକିଲ କୋର୍ଟଙ୍କୁ କହିଛନ୍ତି। ମାମଲାର ଆଗାମୀ ଶୁଣାଣି ଜୁଲାଇ ୫ରେ ହେବ।  

   Related Posts