ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି

Published By : Prameya-News7 Bureau | August 05, 2020 IST

ମୁମ୍ବାଇ ୫/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହେବ। ସୁପ୍ରିମ କୋର୍ଟର ଜଷ୍ଟିସ୍ ହୃଷିକେଶ ରାୟଙ୍କ ସିଙ୍ଗଲ୍ ବେଞ୍ଚରେ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ୧୧ନମ୍ବରରେ ସୂଚୀବଦ୍ଧ ରହିଛି। ବେଞ୍ଚ ୧୧ଟାରେ ବସି ସାରିଛି। ଏହା ଅନୁସାରେ ୧୧.୧୫ରୁ ୧୧.୩୦ ମଧ୍ୟରେ ରିୟାଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇପାରେ।

ବିହାର ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ପକ୍ଷ ରଖିବେ। ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହଙ୍କ ତରଫରୁ ବରିଷ୍ଠ ଓକିଲ ଆର ବସନ୍ତ ପକ୍ଷ ରଖିବେ।

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରର ରାଜୀବ ନଗର ଥାନାରେ ମାମଲା ରୁଜୁ କରିଥିଲେ। ସେ ରିୟାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ କରିଥିଲେ। ଏହା ପରେ ରିୟା ସୁପ୍ରିମ କୋର୍ଟକୁ ଯାଇ ଆବେଦନ କରିଥିଲେ। ରିୟା ବିହାରରେ ରୁଜୁ ହୋଇଥିବା ମାମଲା ମୁମ୍ବାଇ ଟ୍ରାନ୍ସଫର କରିବାର ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.