ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ଆଙ୍ଗୁଳି କାଟି ଦେଲେ ବ୍ୟକ୍ତି : ଲୋକେ ତାଜୁବ୍

Published By : Prameya-News7 Bureau | November 24, 2020 IST

ଜହାନାବାଦ ୨୪/୧୧: ବିହାରର ଜହାନାବାଦରେ ଜଣେ ବ୍ୟକ୍ତି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଥର ନିଜର ଗୋଟିଏ ଆଙ୍ଗୁଳି କାଟି ଭଗବାନଙ୍କୁ ଚଢ଼ାଇ ଦେଇଥାନ୍ତି। ଜହାନାବାଦର ଅନିଲ ଶର୍ମା ସୋମବାର ନିଜ ଚତୁର୍ଥ ଆଙ୍ଗୁଳି କାଟି ଗୌରେୟା ବାବା ମନ୍ଦିରରେ ଚଢ଼ାଇଛନ୍ତି। ନୀତିଶ ତାଙ୍କର ପ୍ରିୟ ନେତା ହୋଇଥିବାରୁ ସେ ଏପରି କରନ୍ତି।

ଏହି ଘଟଣାଟି ଘଟିଛି ଘୋସି ଥାନା ଅଞ୍ଚଳର ବୈନା ଗାଁରେ। ୪୫ବର୍ଷୀୟ ଅନିଲ ଶର୍ମା ଓରଫ ଅଲି ବାବା ନୀତିଶ ମୁଖ୍ୟମନ୍ତ୍ରୀ ହେବା ପରେ ନିଜର ୩ ଆଙ୍ଗୁଳି କାଟି ସାରିଥିଲେ। ନଭେମ୍ବର ୧୬ତାରିଖରେ ନୀତିଶ କୁମାର ଶପଥ ନେବା ପରେ ପୁଣି ଥରେ ନିଜ ଆଙ୍ଗୁଳି କାଟି ଦେଇଛନ୍ତି।

ବୈନା ଗାଁ ବାସିନ୍ଦା ଅନିଲ, ନୀତିଶ କୁମାର ସପ୍ତମ ଥର ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ନିଜ ହାତର ଚତୁର୍ଥ ଆଙ୍ଗୁଳି କାଟି ଗୌରେୟା ବାବାଙ୍କୁ ଚଢ଼ାଇ ଦେଇଛନ୍ତି। ଅନିଲ ଶର୍ମାଙ୍କ ଏହି ପାଗଳାମି ଦୀର୍ଘ ବର୍ଷର।

ଅନିଲଙ୍କ ଏହି ପାଗଳାମି ଦେଖି ସେଠାକାର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନିଲଙ୍କ କହିବା ଅନୁସାରେ ତାଙ୍କୁ ଏପରି କରିବା ଦ୍ବାରା ଖୁସି ମିଳିଥାଏ। ସେ ଏଥର ମଧ୍ୟ ଗୌରେୟା ବାବାଙ୍କ ସମକ୍ଷରେ ପ୍ରାର୍ଥନା କରିଥିଲେ ଯେ ବିହାରର ମୁଖ୍ୟମନ୍ତ୍ରୀ ପଦ କେବଳ ନୀତିଶଙ୍କୁ ମିଳୁ। ତାଙ୍କ ପ୍ରାର୍ଥନା ଭଗବାନ ଶୁଣି ନେଇଥିଲେ। ସେଥିପାଇଁ ସେ ନିଜ ହାତର ଆଙ୍ଗୁଳି କାଟି ଗୌରେୟା ବାବାଙ୍କୁ ଚଢ଼ାଇଥିଲେ। ଦୀର୍ଘ ଦିନରୁ ସେ ଏହା କରି ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.