Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||

ଖୁଚୁରା ବ୍ୟବସାୟୀଙ୍କ ଦାବି ମାନିଲେ ସରକାର, ଏପ୍ରିଲ ୨୦ରୁ ଅନଲାଇନରେ ବିକ୍ରି ହୋଇ ପାରିବ ନାହିଁ ଟିଭି-ଫ୍ରିଜ ପରି ଜରୁରୀ ଅନାବଶ୍ୟକ ସାମଗ୍ରୀ

19/04/2020 at 3:17 PM

ନୂଆଦିଲ୍ଲୀ ୧୯।୦୪: ଖୁଚୁରା ବ୍ୟବସାୟୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର। ଫଳରେ କରୋନା ଭାଇରସ୍‌ ମହାମାରୀ ରୋକିବା ପାଇଁ ଲାଗୁ ଲକ୍‌ଡାଉନ୍‌ ମଧ୍ୟରେ ଇ-କମର୍ସ କମ୍ପାନୀକୁ ଅନାବଶ୍ୟକ ବସ୍ତୁର ବିକ୍ରି ଉପରେ ଝଟକା ଲାଗିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଲକ୍‌ଡାଉନ୍‌ ଶେଷ ହେବା ପରେ ଯାଇ ଅନାବଶ୍ୟକ ସାମଗ୍ରୀ ବିକ୍ରି କରାଯାଇ ପାରିବ। ଏହା ପୂର୍ବରୁ କେନ୍ଦ୍ର ସରକାର ଇ-କମର୍ସ କମ୍ପାନୀକୁ ଏପ୍ରିଲ ୨୦ରୁ ଅନାବଶ୍ୟକ ବସ୍ତୁର ବିକ୍ରି ଉପରେ ମଞ୍ଜୁରୀ ଦେଇଥିଲେ। କିନ୍ତୁ ଦେଶର ଖୁଚୁରା ବ୍ୟବସାୟୀ ସଂଗଠନ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିଲେ। ଏପରି କି ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ଆଜି ସନ୍ଧ୍ୟା ୭ଟାରେ ନିଜ ଘରେ ସାମାଜିକ ଦୂରତ୍ଵ ନିୟମ ସହ ଥାଳି ବଜାଇବାକୁ ଖୁଚୁରା ବ୍ୟବସାୟୀ ସଙ୍ଘ  ନିଷ୍ପତ୍ତି ନେଇଥିଲେ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରବିବାର ଟୁଇଟ୍‌ କରି ଲକ୍‌ଡାଉନ୍‌ ସମୟରେ ଇ-କମର୍ସ କମ୍ପାନୀ ଦ୍ଵାରା ଅନାବଶ୍ୟକ ସାମଗ୍ରୀର ବିକ୍ରି ଉପରେ ରୋକ୍ ଜାରି ରହିବ ବୋଲି କହିଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏହି ବିଷୟରେ ଆଦେଶ ଜାରି କରିଛନ୍ତି। ସଂଶୋଧିତ ନିର୍ଦ୍ଦେଶରେ ଇ-କମର୍ସ କମ୍ପାନୀକୁ ଏପ୍ରିଲ ୨୦ରୁ ଅନାବଶ୍ୟକ ସାମଗ୍ରୀ ବିକ୍ରି ନେଇ ଦିଆଯାଇଥିବା ଅନୁମତିକୁ ପ୍ରତ୍ୟାହାର କରି ନିଆଯାଇଛି।

ଆଦେଶରେ କୁହାଯାଇଛି ଯେ, ଇ-କମର୍ସ କମ୍ପାନୀ ସହ ସମ୍ବନ୍ଧିତ ପ୍ରାବଧାନରେ ସେମାନଙ୍କ ବାହାନକୁ ଆବଶ୍ୟକ ଗମନାଗମନ ପାଇଁ ଅନୁମତି ଦିଆଯାଇଥିଲା। ଏହି ଅନୁମତିକୁ ଏବେ ହଟାଇ ନିଆଯାଇଛି। ମାତ୍ର ଏହି ଆଦେଶକୁ ତତ୍କାଳ ହଟାଯିବାର କାରଣ ଜଣା ପଡିନାହିଁ।

ଏପ୍ରିଲ ୨୦ରୁ ଆରମ୍ଭ ହେବାର ଥିଲା ଟିଭି-ଫ୍ରିଜର ଅନଲାଇନ ବିକ୍ରି

ଏହା ପୂର୍ବରୁ ମେ ୪ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଯିବା ପରେ ଏପ୍ରିଲ ୨୦ରୁ କଣ କଣ କ୍ଷେତ୍ରରେ କୋହଳ ଦିଆଯିବ କୁହାଯାଇଥିଲା। ଏହାକୁ ନେଇ କୁହାଯାଇଥିଲା ଯେ, ମୋବାଇଲ ଫୋନ, ଟିଭି, ଲ୍ୟାପଟପ୍‌ ପରି ବୈଦ୍ୟୁତିକ ଉପକରଣ ଇ-କମର୍ସ କମ୍ପାନୀ ଏପ୍ରିଲ ୨୦ରୁ ବିକ୍ରି କରି ପାରିବେ। କିନ୍ତୁ ଏହି ସାମଗ୍ରୀର ଡେଲିଭର କରୁଥିବା ଗାଡିକୁ ସଡକରେ ଚଳାଇବା ବିଷୟରେ ସମ୍ବନ୍ଧିତ ପ୍ରାଧିକରଣଠୁ ମଞ୍ଜୁରୀ ନେବାକୁ ପଡିବ। ମାତ୍ର ଏବେ ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରାଯାଇଛି।

   Related Posts