ଅଗ୍ନିକାଣ୍ଡରେ ସେରମ ଇନିଷ୍ଟିଚ୍ୟୁଟର କ୍ଷତି ହଜାରେ କୋଟି ଟଙ୍କା, ପ୍ରଭାବିତ ହେବନି ଟିକା ଯୋଗାଣ: ଅଦାର ପୁନାୱାଲା

Published By : Prameya-News7 Bureau | January 22, 2021 IST

ପୁଣେ ୨୨।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶୁକ୍ରବାର ଅଗ୍ନିକାଣ୍ଡ ପ୍ରଭାବିତ ପୁଣେସ୍ଥିତ ସିରମ ଇନିଷ୍ଟେଚ୍ୟୁଟ (ଏସଆଇଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନକାଳରେ ତାଙ୍କ ସହ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଥିଲେ। ଠାକରେ ସିରମ ସଂସ୍ଥାର କୋଭିସିଲ୍ଡ ଟିକା ପ୍ରସ୍ତୁତ ହେଉଥିବା ମଞ୍ଜରି କେନ୍ଦ୍ର ମଧ୍ୟ ଗସ୍ତ କରିଥିଲେ।

wp:embed {"url":"https://twitter.com/adarpoonawalla/status/1352597519415472128","type":"rich","providerNameSlug":"twitter","responsive":true,"className":""}
https://twitter.com/adarpoonawalla/status/1352597519415472128
/wp:embed

ପରେ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏକ ଟ୍ୱିଟ୍‌ କରି କୋଭିସିଲ୍ଡର ଉତ୍ପାଦନ ନିର୍ଦ୍ଧାରିତ ସମୟାନୁସାରେ ହେଉଥିବା ଓ ଅଗ୍ନିକାଣ୍ଡ ସହ ଏହାର କୌଣସି ସମ୍ପର୍କ ନଥିବା ଉଲ୍ଲେଖ କରିଛନ୍ତି। ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡର ତଦନ୍ତ ହେଉଥିବା କହିଛନ୍ତି।  ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଅଗ୍ନିକାଣ୍ଡର କାରଣ ଜାଣାପଡିବ ବୋଲି କହିଛନ୍ତି। ତେବେ ସୌଭାଗ୍ୟ ବସତଃ  ଟିକା ଉତ୍ପାଦନ ଓ ଷ୍ଟୋର ନିଆଁରୁ ବର୍ତ୍ତି ଯାଇଥିବା ଠାକରେ କହିଛନ୍ତି ।

wp:embed {"url":"https://twitter.com/adarpoonawalla/status/1352219439345795073","type":"rich","providerNameSlug":"twitter","responsive":true,"className":""}
https://twitter.com/adarpoonawalla/status/1352219439345795073
/wp:embed

ଅଗ୍ନିକାଣ୍ଡରେ ଅନୁନ୍ୟ ୧ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ଅଦାର ପୁନାୱାଲା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି। ହେଲେବି ଟିକା ଯୋଗାଣରେ କୌଣସି ଅସୁବିଧା ହେବନି ବୋଲି ସେ ଉଲ୍ଲେଖ କରିଛନ୍ତି। ଉତ୍ପାଦିତ ଟିକା ଷ୍ଟକ୍‌ ମଧ୍ୟ ଅକ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ଏଣୁ ଦେଶରେ କୋଭିଡ ଟିକାକରଣ ଲାଗି ସରକାରଙ୍କ ଯୋଜନାକୁ ଠେସ ପହଞ୍ଚିବନି ବୋଲି ସେ କହିଛନ୍ତି। କରୋନା ଟିକା କୋଭିସିଲ୍ଡ ଉତ୍ପାଦନ ମଞ୍ଜରି କେନ୍ଦ୍ରରେ ହେଉଛି। ଇନିଷ୍ଟେଚ୍ୟୁଟ୍‌ର ଯେଉଁ ଭବନରେ ଅଗ୍ନିକାଣ୍ଡ ହୋଇଛି ତାହା ମଞ୍ଜରି କେନ୍ଦ୍ର ଠାରୁ ଅନୁନ୍ୟ ୧ କିଲୋମିଟର ଦୂରରେ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.