ରାଜ୍ୟରେ ଦରଦାମ୍ ନିୟନ୍ତ୍ରଣ ବାହାରେ ବୋଲି ସ୍ବୀକାର କଲେ ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର ୨୦।୧୧: ରାଜ୍ୟରେ ଦର ବୃଦ୍ଧି ପାଉଥିବା ନେଇ ବିଧାନସଭା ଗୃହରେ ସ୍ବୀକାର କରିଛନ୍ତି ମନ୍ତ୍ରୀ । ରୋଷେଇ ତେଲ, ଡାଲି, ଆଳୁ, ପିଆଜ ଦର ବୃଦ୍ଧି ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ଥିବା ଗୃହରେ ସ୍ବୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

{"id":187006,"sizeSlug":"large"}

ସେ କହିଛନ୍ତି ଏହା ଜାତୀୟ ସମସ୍ୟା । କାରଣ ପଡୋଶୀ ରାଜ୍ୟ ଉପରେ ଓଡ଼ିଆ ନିର୍ଭରଶୀଳ। ସେମାନଙ୍କ ଦର ନିର୍ଦ୍ଧାରଣର ପ୍ରଭାବ ଓଡ଼ିଶା ବଜାର ଉପରେ ପଡ଼େ । ରାଜ୍ୟ ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ନିୟନ୍ତ୍ରଣ ପନ୍ଥା ନିଅନ୍ତି। ଜିଲ୍ଲାପାଳ ଓ ବ୍ୟବସାୟୀ ବୈଠକରେ ସୁଲଭ ମୂଲ୍ୟ ଉପରେ ଦୃଷ୍ଟି ରଖିବା ପଦକ୍ଷେପ ସହ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

{"id":187007,"sizeSlug":"large"}

ଆଳୁ ପିଆଜ ପାଇଁ ଷ୍ଟୋରେଜ୍ କଣ୍ଟ୍ରୋଲ ଅର୍ଡର ଲାଗୁ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ରଖି ଶହେ କୋଟି ଟଙ୍କାର ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ଗଠନ କରାଯାଇଛି। ସୁଲଭ ଦରରେ ପିଆଜ ବିକୁଛନ୍ତି ରାଜ୍ୟ ସରକାର।

{"id":187008,"sizeSlug":"large"}

ମାପ ଓ ଓଜନରେ ଅସାଧୁ ଉପାୟ ଖବର ରାଜ୍ୟ ସରକାରଙ୍କ ପାଖରେ ଅଛି। ୨୦୧୮-୧୯ରେ ୫୪୬୬ ମାମଲା ରୁଜୁ ହୋଇ ୧ କୋଟି ୭ଲକ୍ଷ ୩୨ହଜାର ୯ଶହ ଟଙ୍କା ଜରିମନା ଆଦାୟ ହୋଇଛି। ସେହିପରି ୨୦୧୭-୧୮ରେ ୬୭୩୭ ମାମଲା ରୁଜୁ ହୋଇ ୧ କୋଟି ୪୯ଲକ୍ଷ ୫୮ହଜାର ୬୫୦ଟଙ୍କା ଆଦାୟ ହୋଇଛି । ଗୃହରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.