ଭିଜିଲାନ୍ସ ଜାଲରେ ମହିଳା ଯୋଗାଣ ନିରୀକ୍ଷକ, କିରୋସିନ ଉଠାଣ ଅନୁମତି ପାଇଁ ଲାଞ୍ଚ ନେବାବେଳେ ଗିରଫ

Published By : Prameya-News7 Bureau | February 07, 2020 IST

ଖୋର୍ଦ୍ଧା ୭।୨: ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଯୋଗାଣ ନିରୀକ୍ଷକ ଗିରଫ । ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରୀ ଜଣେ ଡିଲରଙ୍କଠାରୁ କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

{"id":221187,"sizeSlug":"large"}

ସୂଚନାଯୋଗ୍ୟ ଯେ, ପଲ୍ଲା ଅଂଚଳର ଡିଲର ଅମ୍ବିକା ପ୍ରଶାଦ ଦାସ ପ୍ରାୟ ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଉଥିଲେ ଯୋଗାଣ ନିରୀକ୍ଷକ ।  ଟଙ୍କା ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା, ନୟାଗଡ, ଭୁବନେଶ୍ବର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲା  । ଘଟଣାସ୍ଥଳରୁ ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କଠାରୁ ନଗଦ ଟଙ୍କା ଜବତ କରାଯାଇଛି ।

{"id":221188,"sizeSlug":"large"}

ଏହିପରି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ରେଡ଼ ମଧ୍ୟ କରିଥିଲା ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.