Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବେଆଇନ ପିଡିଏସ ଚାଉଳ ଚାଲାଣ ଓ ହିତାଧିକାରୀଙ୍କୁ ବଣ୍ଟନରେ ଅବହେଳା ଘଟଣା : ଯୋଗାଣ ଠିକାଦାର ନିଲମ୍ବିତ, ଏବେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା…

25/11/2020 at 11:37 AM

ଭଦ୍ରକ ୨୫।୧୧: ଖବର ପରେ ଆକ୍ସନ । ଯୋଗାଣ ଠିକାଦାର ନିଲମ୍ବିତ , ଡିଲର ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା । ବେଆଇନ ପିଡିଏସ ଚାଉଳ ଚାଲାଣ ଓ ହିତାଧିକାରୀଙ୍କୁ ବଣ୍ଟନରେ ଅବହେଳା ଘଟଣାର ଖବର ପ୍ରସାରିତ ପରେ ଆକ୍ସନରେ ଜିଲ୍ଲା ଯୋଗାଣ ବିଭାଗ । ଠିକାଦାରଙ୍କୁ ନିଲମ୍ବିତ ସହ କାରଣ ଦର୍ଶାଅ ନୋଟିସ କରାଯାଇଛି । ଆଉ ଏବେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି  ।

ସୂଚନାଯୋଗ୍ୟ ଯେ,  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ତେଶିଙ୍ଗା ପଞ୍ଚାୟତର କୁଳନା ବଜାର ଠାରେ ୧୯ ତାରିଖ ଦିନ ବେଆଇନ ପିଡିଏସ ଚାଉଳ ବୋଝେଇ ଟ୍ରକ କୁ ଅଟକ ରଖିଥିଲେ । ସହକାରୀ ଯୋଗାଣ ଅଧିକାରୀ ପହଞ୍ଚି ଯାଞ୍ଚ ପରେ ବେଆଇନ ଚାଳନ ହେଉଥିବା ନେଇ ଭଣ୍ଡାରୀପୋଖରୀ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ପୋଲିସ ଚାଉଳ ସହ ଟ୍ରକକୁ ଜବତ କରିଥିଲା । ସ୍ଥାନୀୟ ହିତାଧିକାରୀ ମାନେ ଠିକ ଭାବେ ଚାଉଳ , ଗହମ ଓ ଅନ୍ୟାନ୍ୟ ସାମଗ୍ରୀ ପାଉନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ଅତିରିକ୍ତ ଓ ସହକାରୀ ଯୋଗାଣ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅଟକ ରଖିଥିଲେ ।

ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଯୋଗାଣ ବିଭାଗ । ଜିଲ୍ଲାର ଭଣ୍ଡାରୀପୋଖରୀ ସହ ୪ଟି ବ୍ଲକ ପାଇଁ ନିଯୁକ୍ତ ଯୋଗାଣ ସାମଗ୍ରୀ ଠିକାଦାର ପୂର୍ଣଚନ୍ଦ୍ର ମହାପାତ୍ରଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବନ କରାଯାଇଛି ବୋଲି ସୂଚନା ମିଳିଛି । ଏହାସହିତ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ଯୋଗାଣ ବିଭାଗ । ତେବେ ସମ୍ପୃକ୍ତ ଡିଲରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ସୁପାରିସ ହୋଇଥିବା ସୂଚନା ମିଳିଛି । ସେପଟେ ଉପଜିଲ୍ଲାପାଳ ପୀତାମ୍ବର ସାମ କହିଛନ୍ତି ଯେ, ତାଙ୍କ ନିକଟକୁ ତଦନ୍ତ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । .

   Related Posts