ଭିଜିଲାନ୍ସ ଜାଲରେ ସୁପରଭାଇଜର, ବିଲ୍ ପାସ୍ କରାଇଦେବାକୁ କହି ନେଉଥିଲେ ଲାଞ୍ଚ

Published By : Prameya-News7 Bureau | June 05, 2020 IST

ମାଲକାନଗିରି, ୦୫|୦୬:    ବିଲ୍ ପାସ୍ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଜଣେ ସୁପର ଭାଇଜର ପଡିଛନ୍ତି ।

ସୂଚନାନୁସାରେ, ମାଲକାନଗିରି ବ୍ଲକ୍ ଆଇସିଡିଏସ ସଂସ୍ଥାର ସୁପର ଭାଇଜର ଗୀତାଞ୍ଜଳି ସ୍ୱାଇଁ ଅଙ୍ଗନଓ୍ୱାଡିକର୍ମୀଙ୍କୁ ଯୋଗାଉଥିବା ସାଢୀ, ଶୁଖିଲା ଖାଦ୍ୟ ଆଦି ବିଭିନ୍ନ ସାମଗ୍ରୀର ବିଲ୍ ପାସ୍ ପାଇଁ ୪ଜଣ ଅଙ୍ଗନଓ୍ୱାଡି କର୍ମୀଙ୍କଠାରୁ ଲାଞ୍ଚ ମାଗିଥିଲେ । ଜିଲ୍ଲାର କାଣ୍ଡିକିଗୁଡା ଅଙ୍ଗନଓ୍ୱାଡି କର୍ମୀ ଗାୟତ୍ରୀ ନାୟକ ଶୁକ୍ରବାର ଗୀତାଞ୍ଜଳିଙ୍କୁ ୪୫୦୦ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଧରିଥିଲା ।

ସୁପରଭାଇଜରଜଣଙ୍କ ପୂର୍ବରୁ ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ତେଣୁ ଭିଜିଲାନ୍ସ ଗୀତାଞ୍ଜଳିଙ୍କ ବାସଭବନରେ ମଧ୍ୟ ଚଢାଉ କରିଛି । କୋରାପୁଟ ଭିଜିଲାନ୍ସ ଡିଭିଜନର ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଇନ୍ସପେକ୍ଟର ରୂପଧର ନାୟକ ପ୍ରମୁଖ ଅଧିକାରୀ ଏହି ଚଢାଉରେ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.