ମାରି ପୋତିଥିଲା, ରାତିସାରା ପୋଲିସ୍‌କୁ ଭୁଆଁ ବୁଲାଇଲା ସକାଳେ ଦେଖାଇଲା ସ୍ଥାନ...

Published By : Prameya-News7 Bureau | February 07, 2020 IST

ଆଠଗଡ଼୭/୨:( ବିରୁପାକ୍ଷ ପ୍ରଧାନ) ସୌମେନ୍ଦ୍ରଙ୍କୁ ଲୁହା ରଡ଼ରେ ପିଟି ପିଟି ହତ୍ୟା କରି ଅଖାରେ ପୁରାଇ ପୋତି ଦେଇଥିଲା ସାଥୀ କର୍ମଚାରୀ ବିଶ୍ବଜିତ। ରାତି ତମାମ ପୋଲିସକୁ ଭୁଆଁ ବୁଲାଇଥିଲା ଅଭିଯୁକ୍ତ। ଶୁକ୍ରବାର ସକାଳେ ଅଭିଯୁକ୍ତ ହତ୍ୟାକାଣ୍ଡର ପୁରା ଷଡ଼ଯନ୍ତ୍ର ସଂପର୍କରେ କହିଥିଲା। ଏଥିସହ ସୌମେନ୍ଦ୍ରଙ୍କୁ ହତ୍ୟା କରି ପୋତିଥିବା ସ୍ଥାନ ସଂପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲା ଅଭିଯୁକ୍ତ ବିଶ୍ବଜିତ।

{"id":221347,"sizeSlug":"large"}

ରେଙ୍ଗାଲି ସୁପରଭାଇଜର ନିଖୋଜ ଘଟଣାର ପର୍ଦ୍ଧାଫାସ କଲା ଆଠଗଡ ପୋଲିସ। ସିମେଣ୍ଟ ଚୋରିକୁ ନେଇ ଦୁଇ କର୍ମଚାରୀଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ରଡ୍ ରେ ପିଟି ହତ୍ୟା କରିଥିବା ସ୍ବିକାର କଲା ଅଭିଯୁକ୍ତ। ମୃତ କର୍ମଚାରୀ ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶୋଧ ଗ୍ରାମର ୨୪ ବର୍ଷିୟ ସୌମେନ୍ଦ୍ର କୁମାର ସାହୁ , ସେ ଗତ ୩ତାରିଖରୁ ନିଖୋଜ ଥିବା ନେଇ ୫ ତାରିଖରେ ଆଠଗଡ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ।

ଗତକାଲି ରାତିରୁ ଆଠଗଡ ପୋଲିସକୁ ଅଭିଯୁକ୍ତ ଚକମା ଦେଖାଇ ଶେଷରେ ଅଭିଯୁକ୍ତ ପୋଲିସକୁ ମୃତଦେହ ଦେଖାଇବା ପାଇଁ ଆଠଗଡ ଓ ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ଜାଗା ବୁଲାଇ ଶେଷରେ ଆଠଗଡ ଥାନା ଆଙ୍କୁଲା ନିକଟସ୍ଥ ଶାପୁଆ ନଇ ପଠାରେ ପୋତିଥିବା ଦେଖାଇଥିଲା। ନଇପଠାରୁ ମୃତଦେହ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ବିଶ୍ବଜିତ୍ ସାହୁକୁ ଗିରଫ କରିବା ସହ କଟକ ଏସ୍ପି ରାଧାବିନୋଦ ପାଣିଗ୍ରାହୀଙ୍କ ସମେତ ଆଠଗଡ ଓ ତିଗିରିଆ ଥାନା ଅଧିକାରୀ ଓ ଫରେନସିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.