କୋଲଡ୍‌ଡ୍ରିଙ୍କ୍‌ରେ ନିଶା ଔଷଧ ଦେଇ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ କଲେ ସୁପରଭାଇଜର ଓ ତାର ସାଥୀ, ମାମଲା ରୁଜ୍ଜୁ କଲା ପୋଲିସ

Published By : Prameya-News7 Bureau | November 03, 2019 IST

ନୂଆଦିଲ୍ଲୀ୩/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜଣେ ମହିଳା କର୍ମଚାରୀଙ୍କୁ ଦରମା ଦେବା ପ୍ରଲୋଭନ ଦେଖାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ପୀଡ଼ିତାଙ୍କ କୋଲଡ୍‌ ଡ୍ରିଙ୍କ୍‌ରେ ନିଶା ଔଷଧ ମିଶାଇ କାର ଭିତରେ ହସ୍ପିଟାଲର ସୁପରଭାଇଜର ଓ ତାର ସାଥୀମାନେ ଜୋର ଜବରଦସ୍ତ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ମାମଲାର ତଦନ୍ତ ଆରମ୍ଭ ହୋଇ ସାରିଛି। ଦିଲ୍ଲୀର ଗ୍ରେଟର ନୋଇଡାରେ ଏଭଳି ଘଟଣା ଘଟିଛି।

ଘଟଣା ଅନୁସାରେ ବୁଲନ୍ଦର ସହରରେ ଏକ ଘରୋଇ ହସ୍ପିଟାଲରେ ମହିଳା କାମ କରୁଥିଲେ। କିଛି ଦିନ ତଳେ ପୀଡ଼ିତା ମହିଳାଙ୍କ ପରିବାର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା ।​‌ ତେଣୁ ସେ ଛୁଟିରେ ଥିଲେ। ପୀଡ଼ିତାଙ୍କ ଅସୁବିଧା ଥିବାରୁ ସେ ଡ୍ୟୁଟିରେ ଯୋଗ ଦେଇ ପାରି ନ ଥିଲେ। ଅଭିଯୁକ୍ତ ସୁପରଭାଇଜର କାମ କରିବାକୁ ଆସିବା ଲାଗି ତାଙ୍କୁ ମନା କରି ଦେଇଥିଲା। ମାସରେ ମହିଳା ଯେତିକି ଦିନ ଡ୍ୟୁଟି କରିଥିଲେ ବକେୟ ଦରମା ସୁପରଭାଇଜରକୁ ମାଗି ଥିଲେ। ପୀଡ଼ିତା ମହିଳାଙ୍କୁ ବକେୟ ଟଙ୍କା ଦେବା ପାଇଁ କମର୍ସିଆଲ ବେଲଟ୍‌ ସ୍ଥିତ ମେଟ୍ରୋ ଷ୍ଟେସନ ନିକଟକୁ ଆସିବା ଲାଗି ଅଭିଯୁକ୍ତ କହିଥିଲା।

ବକେୟ ଟଙ୍କା ନେବା ପାଇଁ ଅଭିଯୁକ୍ତ କହିଥିବା ସ୍ଥାନରେ ପୀଡ଼ିତା ମହିଳା ପହଞ୍ଚିଥିଲେ। ଅଭିଯୁକ୍ତ କୋଲଡ୍‌ ଡ୍ରିଙ୍କରେ ନିଶା ପଦାର୍ଥ ମିଶାଇ ମହିଳାଙ୍କୁ ପିଇବାକୁ ଦେଇଥିଲା। ମହିଳା ଅଚେତ୍ ହେବାପରେ କାର୍‌ ଭିତରେ ଅଭିଯୁକ୍ତ ସୁରପଭାଇଜର ଓ ତାର ସାଥୀ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଅଭିଯୁକ୍ତ ପୀଡ଼ିତା ମହିଳାଙ୍କୁ ଏକ ନିଛାଟିଆ ସ୍ଥାନରେ ଛାଡ଼ି ଚାଲି ଯାଇଥିଲେ। ତା ପରଦିନ ଦିଲ୍ଲୀ ଗ୍ରେଟର ନୋଇଡ଼ା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ପୀଡ଼ିତା ମହିଳା ଏତଲା  ଦେଇଥିଲେ। ପୀଡ଼ିତାଙ୍କ ଡାକ୍ତର ମାଇନା ପରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.