ସୁଗୁନା ଫୁଡ୍ର ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ, ଗେଷ୍ଟ୍ ହାଉସ୍ରୁ ମିଳିଲା ମୃତଦେହ
2/01/2020 at 8:11 AM

ଭଦ୍ରକ ୨।୧: ଗେଷ୍ଟ ହାଉସରୁ କମ୍ପାନୀ ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡି ଛକ ନିକଟରେ ଥିବା ସୁଗୁନା ଫୁଡର ଗେଷ୍ଟ ହାଉସରୁ କମ୍ପାନୀର ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଅଂଚଳର ଦେବୀପ୍ରସାଦ ଚମ୍ପତିରାୟ ।

ସେ ଦୀର୍ଘଦିନ ଧରି ସୁଗୁନା କମ୍ପାନୀରେ ସୁପରଭାଇଜର ଭାବେ ଭଦ୍ରକରେ କାମ କରୁଥିଲେ । ଶାଖା ପରିଚାଳକଙ୍କୁ ନୂଆବର୍ଷ ପାଇଁ ଭୋଜି କରିବା ପାଇଁ କହିଥିଲେ । କିନ୍ତୁ ଶାଖା ପରିଚାଳକ ଯୋଗ ନଦେଇ ଘରକୁ ପଳାଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ଖବର ପାଇ ଦେବୀପ୍ରସାଦଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021