ଅନ୍ଧବିଶ୍ବାସ ପୁଣି ନେଲା ଜୀବନ : ଗୁଣିଆ ସନ୍ଦେହରେ ୫ ହଜାର ଟଙ୍କା ସୁପାରୀ ଦେଇ ବୃଦ୍ଧଙ୍କୁ ହତ୍ୟା, ଦୁଇ ଗିରଫ

Published By : Prameya-News7 Bureau | August 08, 2020 IST

ସୁନ୍ଦରଗଡ ୮।୮: ସୁନ୍ଦରଗଡ ଜିଲ୍ଲାରେ ଅନ୍ଧବିଶ୍ବାସ ପୁଣି ନେଇଛି ଜୀବନ । ଜଣେ ବୃଦ୍ଧକଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା କୁଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":311377,"sizeSlug":"large"}

ସୂଚନା ଅନୁସାରେ ଗାଁର ଜାକରିଆସ ଭଙ୍ଗେରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ସେହି ଗାଁର ପ୍ରଫୁଲ ଭଙ୍ଗେରାଙ୍କ ପୁଅଙ୍କର କିଛି ମାସ ତଳେ କୁକୁର କାମୁଡାରୁ ମୃତ୍ୟୁ ହୋଇଥିଲା । ସେହିଦିନଠାରୁ ପ୍ରଫୁଲ ଭଙ୍ଗେରା ବୃଦ୍ଧ ଜାକରିଆସକୁ ଗୁଣିଗାରେଡି କରି ମାରି ଦେଇଥିବା ଅଭିଯୋଗ କରିବା ସହିତ ଝଗଡା କରୁଥିଲେ ।

{"id":311378,"sizeSlug":"large"}

ବିଜୟ ସରେଙ୍ଗ ନାମକ ଜଣେ ବୃଦ୍ଧ ଜାକରିଆସକୁ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ପଛପଟୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ଜାକିରିଆସଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଘଟଣା ନେଇ ଥାନାରେ ଏତଲା ଦେବା ପରେ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ରାଜଗାଙ୍ଗପୁର ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ୍ ତଦନ୍ତ ଆରମ୍ଭ କରିଥିଲା ।

{"id":311379,"sizeSlug":"large"}

ପ୍ରାଥମିକ ତଦନ୍ତରୁ ପୋଲିସ କୌଣସି ସୁରାକ ପାଇପାରୁ ନଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ତଦନ୍ତ ପାଇ ଯାଇଥିଳା । ଏହି ସମୟରେ ଅଭିଯୁକ୍ତ ନିଜେ ଆସି ହତ୍ୟା କରିଥିବା ସ୍ବୀକାର କରିବା ସହ ତାକୁ ୫ ହଜାର ଟଙ୍କା ସୁପାରୀ ଦେଇଥିବା ମଧ୍ୟ କହିଥିଲେ । ପ୍ରଫୁଲ ଭଙ୍ଗେରା ଏହି ସୁପାରୀ ଦେଇଥିବା ବିଜୟ ସରେଙ୍ଗ କହିଥିଲେ । ଏହା ଜାଣିବା ପରେ ପୋଲିସ ତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ତାର ବୟାନକୁ ଆଧାର କରି ପୋଲିସ ପ୍ରଫୁଲ ଭଙ୍ଗେରାଙ୍କୁ ମଧ୍ୟ ଗିରଫ କରିଥିଲା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.