ଅନ୍ଧବିଶ୍ୱାସ ନା ଦୁର୍ବଳ ମାନସିକତା ! ମୃତ ମା'ଙ୍କ ସହ ଗୋଟିଏ ଘରେ ୧୮ ଦିନ ବନ୍ଦ ଥିଲା ପୁଅ

Published By : Prameya-News7 Bureau | December 25, 2018 IST

କୋଲକାତା ୨୫/୧୨ : କୋଲକାତାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ଜଣେ ଯୁବକ ନିଜ ମା'ଙ୍କ ମୃତ୍ୟୁ ପରେ ମା' ଶବ ସଂଗେ ଗୋଟିଏ ଘରେ ୧୮ ଦିନ କାଳ ରହିଥିଲା | କାରଣ ୨୧ ଦିନ ପରେ ସେ ମା'ର ଶବ ଘର ଭିର୍ତ୍ତିରେ ହିଁ ପୋତିବା ପାଇଁ ଚାହୁଁଥିଲା | କିନ୍ତୁ ତାର ସବୁ ଇଚ୍ଛା ଇଚ୍ଛାରେ ହିଁ ରହିଗଲା | ଯୁବକର ଜଣେ ସମ୍ପର୍କୀୟ ଆସିଯିବାରୁ ସେ ଧରା ପଡିଯାଇଥିଲା | ଘଟଣା ପଛରେ ଅନ୍ଧ ବିଶ୍ୱାସ ରହିଛି ନା ଦୁର୍ବଳ ମାନସିକତା ତାହା ଜଣାପଡିନାହିଁ |


ଘଟଣା କୋଲକାତାର ସ୍ଲଟ ଲେକ ଅଂଚଳର | ୩୮ ବର୍ଷ ବୟସ୍କ ମୈତ୍ର ଭଟ୍ଟାଚାର୍ଯ୍ୟ ସେଠାରେ ୭୭ ବର୍ଷ ବୟସ୍କା ମା'ଙ୍କ ସହ ରହୁଥିଲେ | ମୃତ ମା'ଙ୍କ ନାଁ ଥିଲା କୃଷ୍ଣା ଭଟ୍ଟାଚାର୍ଯ୍ୟ | କୃଷ୍ଣା ଜଣେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଥିଲେ | ସୋମବାର ଦିନ ପୋଲିସ ପାଖକୁ ଜଣେ ଫୋନ କରି ଖବର ଦେଇଥିଲେ କୃଷ୍ଣା ଦେବୀଙ୍କର ଦେହାନ୍ତ ହୋଇଯାଇଛି | କିନ୍ତୁ ତାଙ୍କ ପୁଅ ତାଙ୍କ ମୃତଦେହର ଅନ୍ତିମ ସଂସ୍କାର ନକରି ଘରେ ସାଇତି ରଖିଛନ୍ତି | ମୃତ୍ୟୁର ୨୧ ଦିନ ପୁର୍ଣ ହେବାପରେ ସେ ମା'ର ଶବକୁ ପୋତିଦେବା ପାଇଁ ଚାହୁଁଚି | ସୂଚନା ପାଇଁ ବିଧାନନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ଯିଏ ଫୋନ କରି ପୋଲିସକୁ ଏ ବିଷୟରେ ଅବଗତ କରିଥିଲେ ସେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ | ସୂଚନା ମୁତାବକ ପୋଲିସ ଘର ଭିତରକୁ ଯାଇଥିଲା | ଘର ଭିତରକୁ ଯାଇ ଏକ କୋଠରୀ ଥିବା ଆଲମିରା ଖୋଲି ଦେଖିଥିଲା | ଆଲମିରାରେ ପୋଲିସ ଯାହା ଦେଖିଲା, ତାର ହୋସ ଉଡ଼ିଗଲା | ଆଲମିରା ଭିତରେ ଜଣେ ମହିଳାଙ୍କର ପଚିଯାଇଥିବା ଶବ ମିଳିଥିଲା | ଶବରୁ ଦୁର୍ଗନ୍ଧ ବାହାରୁଥିଲା |


ପୋଲିସ କୃଷ୍ଣାଙ୍କ ପୁଅକୁ ହେପାଜତକୁ ନେବାସହ ମହିଳାଙ୍କ ପଞ୍ଚନାମାର ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ମୈତ୍ର ପୋଲିସକୁ କହିଥିଲା ଯେ, ସେ ମା'ଙ୍କ ଶବକୁ ୨୧ ଦିନ ପରେ ପୋତିଥାନ୍ତା | ଏଭଳି କରିବା ଦ୍ୱାରା ତାର ଶୁଭ ହୋଇଥାନ୍ତା ବୋଲି ସେ ପୋଲିସକୁ କହିଥିଲା | ସେଥିପାଇଁ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଡାକିଥିଲେ | ସମ୍ପର୍କୀୟଙ୍କ ସହାୟତାରେ କବର ଖୋଳି ମା'ଙ୍କୁ ସମାଧି ଦେଇଥାନ୍ତେ ମୈତ୍ର ବୋଲି ପୋଲିସକୁ କହିଥିଲେ | କିନ୍ତୁ ଘଟିଥିଲା ଓଲଟା | ସମ୍ପର୍କୀୟ ମୈତ୍ରକୁ ସହାୟତା ନକରି ପୋଲିସକୁ ଘଟଣା ସମ୍ପର୍କରେ ଜଣେଇଥିଲେ |


ପୋଲିସ ମୈତ୍ରକୁ ପଚରାଉଚୁରା କରୁଛି | ମୈତ୍ର ପୋଲିସକୁ ଅଜବ ଅଜବ କଥା କହୁଛନ୍ତି | ତେବେ ମୈତ୍ରଙ୍କ ମା' କୃଷ୍ଣାଙ୍କ ମୃତ୍ୟୁ କିଭଳି ହୋଇଥିଲା ତାହା ଏବେ ଯାଏଁ ପୋଲିସ ଜାଣିପାରିନାହିଁ | ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସତ ସାମ୍ନାକୁ ଆସିବା ବୋଲି ପୋଲିସ ସୂଚନା ଦେଇଛି | ରିପୋର୍ଟ ଆସିବା ପରେ ଯଦି ମୈତ୍ର ନିର୍ଦୋଷ ଥିବ ତାହେଲେ କୌଣସି ମନଚିକିତ୍ସକଙ୍କ ସହାୟତା ନେଇ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଗତ ୩ ବର୍ଷ ହେଲା କୋଲକାତାରେ ଏଭଳି ୩ଥର ଘଟି ସାରିଲାଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.