ରାଜନୀତିରେ ରଜନୀକାନ୍ତ: କିନ୍ତୁ ହେବେନି କିଙ୍ଗ୍, ହେବେ କିଙ୍ଗମେକର୍

Published By : Prameya-News7 Bureau | March 12, 2020 IST

ଚେନ୍ନାଇ, ୧୨|୦୩:  ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ଯୋଗଦେବେ ନା ନାହିଁ ସେନେଇ ଦୀର୍ଘ ଦିନ ହେବ ଆଲୋଚନା ଜାରି ରହିଥିଲା। ଏବେ ଏହି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ସେ ନିଜେ ନିରବତା ଭାଙ୍ଗିଛନ୍ତି। ସେ ଏପରି ଏକ ଦଳ ଗଠନ କରିବେ ଯେଉଁଥିରେ ସରକାର ଓ ଦଳ ପୃଥକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅର୍ଥାତ ସେ ଦଳର ମୁଖ୍ୟ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଯେଉଁ ନେତା ଦଳର ସଭାପତି ହେବ ସେ ମୁଖ୍ୟମନ୍ତ୍ରୀ ହେହ ନାହିଁ ବୋଲି ସୁପରଷ୍ଟାର ରଜନୀ କହିଛନ୍ତି।

wp:core-embed/twitter {"url":"https://twitter.com/ANI/status/1237961889088331776?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237974703131648000\u0026ref_url=https%3A%2F%2Fwww.amarujala.com%2Findia-news%2Frajinikanth-in-chennai-says-i-never-thought-of-chief-ministers-post-i-only-want-change-in-politics","type":"rich","providerNameSlug":"twitter","className":""}
https://twitter.com/ANI/status/1237961889088331776?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237974703131648000&ref_url=https%3A%2F%2Fwww.amarujala.com%2Findia-news%2Frajinikanth-in-chennai-says-i-never-thought-of-chief-ministers-post-i-only-want-change-in-politics
/wp:core-embed/twitter

ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରଜନୀକାନ୍ତ କହିଛନ୍ତି ଯେ, ସେ କେବେବି ମୁଖ୍ୟମନ୍ତ୍ରୀ ହେବା କଥା ଚିନ୍ତା କରିନାହାଁନ୍ତି। ସେ ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି। ରାଜନୀତିରେ କେବଳ ୨ଜଣ ଭଲ ଲୋକ ଥିଲେ। ଜଣେ ହେଉଛନ୍ତି ଜୟଲଳିତା ଆଉ ଜଣେ ହେଉଛନ୍ତି କଲାଇଗନର। ଲୋକମାନେ ସେମାନଙ୍କୁ ଭୋଟ ଦେଇଥିଲେ। ଏବେ ଏକ ନୂଆ ଆନ୍ଦୋଳନର ଆବଶ୍ୟକତା ରହିଛି।

wp:core-embed/twitter {"url":"https://twitter.com/ANI/status/1237974703131648000?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237974703131648000\u0026ref_url=https%3A%2F%2Fwww.amarujala.com%2Findia-news%2Frajinikanth-in-chennai-says-i-never-thought-of-chief-ministers-post-i-only-want-change-in-politics","type":"rich","providerNameSlug":"twitter","className":""}
https://twitter.com/ANI/status/1237974703131648000?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237974703131648000&ref_url=https%3A%2F%2Fwww.amarujala.com%2Findia-news%2Frajinikanth-in-chennai-says-i-never-thought-of-chief-ministers-post-i-only-want-change-in-politics
/wp:core-embed/twitter

ସେ ଆହୁରି କହିଛନ୍ତି ଯେ, ଶିକ୍ଷିତ ଯୁବକମାନେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ସେ ନିଜ ଦଳରେ ୪୫ରୁ କମ ବୟସର ଯୁବକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିବେ।ଏହାବ୍ୟତୀତ ଦଳରେ ଅବସର ଗ୍ରହଣ କରିଥିବା ଆଇପିଏସ ଓ ଆଇଏଏସ ଅଧିକାରୀଙ୍କୁ ସାମିଲ କରାଯିବ। ସେ ନିଜେ ଅଧିକାରୀଙ୍କୁ ସମ୍ପର୍କ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.