ରାମାୟଣରେ ରାବଣ ଚରିତ୍ରରେ ନଜର ଆସିବେ ହ୍ରିତିକ ରୋଶନ: ଲୁକ୍ ଡିଜାଇନ୍ କରିବ 'ଅବତାର'ର କଷ୍ଟ୍ୟୁମ୍ ଟିମ୍

Published By : Prameya-News7 Bureau | June 10, 2021 IST

ମୁମ୍ବାଇ ୧୦/୦୬ : ପ୍ରଯୋଜକ ମଧୁ ମଣ୍ଟେନାଙ୍କ ପ୍ରୋଜେକ୍ଟ ରାମାୟଣକୁ ନେଇ ଲୋକଙ୍କ ମନରେ ଅନେକ ଉତ୍ସାହ ଭରି ରହିଛି । ବଲିଉଡରେ ଚର୍ଚ୍ଚା ହେଉଛି ଯେ ଏହି ଫିଲ୍ମରେ ହ୍ରିତିକ ରୋଶନ ରାବଣ ଚରିତ୍ରରେ ନଜର ଆସିବେ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ହ୍ରିତିକ ରୋଶନଙ୍କ ବିପକ୍ଷରେ ଦୀପିକା ପାଦୁକୋନ ନଜର ଆସିବେ । ବର୍ତ୍ତମାନ ଫିଲ୍ମ ସୁଟିଂ ସମ୍ପର୍କରେ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ । କିନ୍ତୁ ଫିଲ୍ମକୁ ନେଇ ଏକ ଅପଡେଟ୍ ଖବର ଆସିଛି । ଫିଲ୍ମକୁ ଅଧିକ ଭଲ କରିବାକୁ ନିର୍ମାତା ହଲିଉଡ଼ର ବ୍ଲାକବଷ୍ଟର ଫିଲ୍ମ 'ଅବତାର' କଷ୍ଟ୍ୟୁମ୍ ଟିମ୍ ସହ ଯୋଗାଯୋଗ କରିଛନ୍ତି ।

Iwmbuzz ରେ ଏହି ଫିଲ୍ମର କଷ୍ଟ୍ୟୁମକୁ ନେଇ ଏକ ଖବର ପ୍ରକାଶ ପାଇଥିଲା । ଏଥିରେ ଲେଖାଯାଇଥିଲା, ରାମାୟଣ ନିର୍ମାତା ଆମେରିକାର କଷ୍ଟ୍ୟୁମ୍ ଟିମ ସହ କଥା ହେଉଛନ୍ତି । ଏହି ଟିମ୍ ଲୋକପ୍ରିୟ ସାଇନ୍ସ ଫିକ୍ସନ୍ ଫିଲ୍ମ 'ଅବତାର'ର କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ । ଯଦି କଥାବାର୍ତ୍ତା ସଫଳ ହୁଏ ତାହେଲେ ଏହି ଟିମ୍ ରାମାୟଣରେ ହ୍ରିତିକଙ୍କ ପାଇଁ କଷ୍ଟ୍ୟୁମ୍ ଡିଜାଇନ୍ କରିବେ ।

ଏହି ଫିଲ୍ମ ସମ୍ବନ୍ଧରେ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଫିଲ୍ମର ବଜେଟ୍ ବହୁତ ଅଧିକ । ଫିଲ୍ମରେ ପାଖାପାଖି ୫୦୦ କୋଟି ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଏହାକୁ ୩ଡି ରେ ସୁଟିଂ କରାଯିବ ଏବଂ ଏହା ଲାଇଭ୍-ଆକ୍ସନ୍ ଟ୍ରାଏଲୋଜି ହେବ । ଫିଲ୍ମ ୩ଟି ଭାଷାରେ ନିର୍ମାଣ କରାଯିବ, ହିନ୍ଦୀ, ତାମିଲ ଓ ତେଲୁଗୁ । ମଧୁ ମଣ୍ଟେନା ଅଲ୍ଲୁ ଅରବିନ୍ଦ ଓ ନାମିତ ମଲହୋତ୍ରା, ୩ଜଣ ମିଶି ଏହି ଫିଲ୍ମ ତିଆରି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.