Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଆଜି ଦେଖା ଦେବ ବର୍ଷର ସବୁଠାରୁ ବଡ ସୁପରମୁନ୍ : ଜାଣନ୍ତୁ କ’ଣ ସୁପରମୁନ୍

7/04/2020 at 6:33 PM

ନୂଆଦିଲ୍ଲୀ ୦୭/୦୪ : କରୋନା ଯୋଗୁଁ ପୁରା ଦେଶ ଲକଡାଉନ ଅଛି | ଏଭଳି ପରିସ୍ଥିତି ସମସ୍ତେ ଆଶା କରୁଛନ୍ତି ଯେପରି ଶୀଘ୍ର ସବୁ ସ୍ୱାଭାବିକ ହେଉଯାଉ | ଶୀଘ୍ର ଏହି ସମସ୍ୟା ଶେଷ ହେଉଯାଉ ଏବଂ ଜୀବନ ପୁଣିଥରେ ପୂର୍ବ ଭଳି ଟ୍ରାକକୁ ଫେରିଆସୁ ବୋଲି ସମସ୍ତେ ଦିନ ରାତି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି | ୟା ଭିତରେ ରହିଛି ଏକ ଖୁସି ଖବର | ଏହି ପୃଥିବୀ ଦେଖିବା ସୁପରମୁନ | ଆଜି ରାତିରେ ଆକାଶରେ ଦେଖାଦେବ ବର୍ଷର ସବୁଠାରୁ ବଡ ଚନ୍ଦ୍ର | ଏହାର ରଙ୍ଗ ଗୋଲାପୀ | ଏହି ଗୋଲାପୀ ରଙ୍ଗର ଫୁଲମୁନକୁ ଦେଖିବାକୁ ଆପଣଙ୍କୁ କୁଆଡେ ଯିବା ଦରକାର ନାହିଁ | ନିଜ ଘର ଛାତ ଉପରୁ ଦେଖି ପାରିବେ |

ଯେତେବେଳେ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ସବୁଠାରୁ କମ ହୋଇଯାଏ ଏବଂ ଚନ୍ଦ୍ରମାର ଚମକ ବଢିଯାଏ ସେତେବେଳେ ଏହାକୁ ସୁପରମୁନ କୁହାଯାଏ | ସୁପରମୁନ ସମୟରେ ଚନ୍ଦ୍ର ସ୍ୱାଭାବିକ ତୁଳନାରେ ୧୪ ପ୍ରତିଶତ ଅଧିକ ବଡ ଓ ୩୦ ପ୍ରତିଶତ ଅଧିକ ଔଜ୍ୱଲ୍ୟ ଦେଖାଯାଏ | ଚନ୍ଦ୍ରର ଚମକ ଅଧିକ ଥାଏ |

କାହିଁକି ଏହାକୁ ପିଙ୍କ ସୁପରମୁନ କୁହାଯାଏ ଆସନ୍ତୁ ଜାଣିବା :

ପିଙ୍କ ସୁପରମୁନ କେବଳ ଏକ ନାଁ | ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ | ଆମେରିକା କାନାଡ଼ାରେ ଏହି ସମୟରେ ଏକ ଫୁଲ ଫୁଟିଥାଏ ଯେଉଁଥିପାଇଁ ଏହାକୁ ପିଙ୍କ ସୁପରମୁନ କୁହାଯାଏ | ଏହି ଫୁଲର ନାଁ ହେଲା ଫ୍ଲାକ୍ସ ସୁବୁଲାତା | ଏହି ଫୁଲର ନାଁ ଅନୁଯାୟୀ ଏହି ମାସରେ ଦେଖା ଯାଉଥିବା ଚନ୍ଦ୍ରକୁ ପିଙ୍କ ସୁପରମୁନ କୁହାଯାଏ | ତା’ମାନେ ନୁହଁ ଯେ ଚନ୍ଦ୍ର ଗୋଲାପୀ ରଙ୍ଗର ଦେଖାଯିବ

ସୂର୍ଯ୍ୟ ଅସ୍ତ ହେବାପରେ ଆମେ ଏହି ସୁପରମୁନ ଦେଖିପାରିବା | ଏହି ସୁପରମୁନ ଭାରତୀୟ ସମୟାନୁସାରେ ଏପ୍ରିଲ ୭ ତାରିଖ ରାତି ୮ଟା ୫ମିନିଟ ସମୟରେ ଦେଖାଦେବ |

ସୁପରମୁନ ଦେଖିବାକୁ ସମୟ ପୁର୍ଣଚନ୍ଦ୍ର ଭଳି | ପାର୍ଥକ୍ୟ କେବଳ ଏତିକି ଯେ ଚନ୍ଦ୍ର ପୃଥିବୀର ନିକଟତର ହେବାରୁ ଅଧିକ ବଡ ଓ ଉଜ୍ଜ୍ୱଳ ଦେଖାଯାଏ | ଏହାକୁ ଦେଖିବା ପାଇଁ ଆପଣଙ୍କୁ କୌଣସି ବିଦେଶ ଉପକରଣ ଦରକାର ନାହିଁ | ଆପଣ ଏହାକୁ ଖାଲି ଆଖିରେ ନିଜ ଘର ଛାତ ଉପରୁ କିମ୍ବା ବାଲକନିରୁ ଦେଖି ପାରିବେ | ତେବେ ସୁପରମୁନ ଦେଖିବା ଉତ୍ସାହରେ ସାମାଜିକ ଦୂରତା କଥା ଭୁଲିବେ ନାହିଁ |

   Related Posts