ହଲିଉଡ୍ ନିର୍ଦ୍ଦେଶକ ରିଚାର୍ଡ ଡୋନରଙ୍କ ପରଲୋକ, ସୁପରମ୍ୟାନ୍ ଭଳି ବ୍ଲକବଷ୍ଟର୍ ଫିଲ୍ମର ଦେଇଥିଲେ ନିର୍ଦ୍ଦେଶନା

Published By : Prameya-News7 Bureau | July 06, 2021 IST

ମୁମ୍ବାଇ ୦୬/୦୭: ‘ସୁପର୍ ମ୍ୟାନ୍’, ‘ଦ ଗୁନିଜ୍’, ‘ଲିଥଲ୍ ୱେପନ୍’ ଭଳି ବ୍ଲକବଷ୍ଟର୍ ଏବଂ କ୍ଲାସିକ୍ ଫିଲ୍ମର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଫିଲ୍ମ ନିର୍ମାତା ରିଚାର୍ଡ ଡୋନରଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ଏହାର ସୂଚନା ତାଙ୍କ ପତ୍ନୀ ଲରେନ୍ ସୁଲର୍ ଡୋନର୍ ଦେଇଛନ୍ତି । କିନ୍ତୁ ସେ ଡୋନରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରିନାହାଁନ୍ତି ।

ରିଚାର୍ଡ ଡୋନର୍ ୧୯୩୧ ମସିହାରେ ନ୍ୟୁୟର୍କରେ ଜନ୍ମ ହୋଇଥିଲା । ତାଙ୍କ କ୍ୟାରିୟର ଆରମ୍ଭରେ ଡୋନର ଜଣେ ଅଭିନେତା ହେବାକୁ ଚାହୁଁଥିଲେ, କିନ୍ତୁ ସେ ନିର୍ଦ୍ଦେଶନାକୁ ବାଛିଥିଲେ । ସେ ତାଙ୍କ କ୍ୟାରିୟର ଆରମ୍ଭ ଟିଭି ଶୋ’ରୁ କରିଥିଲେ । ‘ଦ ରାଇଫଲ୍ ମ୍ୟାନ୍’, ‘ଦ ଟ୍ୱିଲାଇଟ୍ ଜୋନ୍’, ‘ଗିଲିଗନ୍ସ ଆଇଲ୍ୟାଣ୍ଡ୍’, ‘ପେରୀ ମିସନ୍’ ଭଳି ଟେଲିଭିଜନ୍ ଶୋ’ରେ ଡୋନର୍ ନିର୍ଦ୍ଦେଶନା ଦେଇଛନ୍ତି । ଏକ୍ସ-୧୫ ସହିତ ଡୋନର୍ ନିଜର ଫିଚର୍ ନିର୍ଦ୍ଦଶନର ଆରମ୍ଭ କରିଥିଲେ । ୧୫ ବର୍ଷ ପରେ ୧୯୬୭ ରେ ହରର୍ ଫିଲ୍ମ ‘ଦ ଓମେନ୍’ରୁ ତାଙ୍କୁ ବଡ ସଫଳତା ମିଳିଥିଲା ।

ରିଚାର୍ଡ ଡୋନର ୧୯୮୫ ର କମେଡି ଫିଲ୍ମ ‘ଦ ଗୁନିଜ୍’ର ନିର୍ଦ୍ଦେଶନା ପାଇଁ ମଧ୍ୟ ଜଣାଶୁଣା । ଫିଲ୍ମ ନିର୍ମାତା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଏକ କାହାଣୀ ଉପରେ ଆଧାରିତ ଏବଂ କ୍ରିସ୍ କୋଲମ୍ବସଙ୍କ ଦ୍ୱାରା ଲିଖିତ ‘ଦ ଗୁନିଜ୍’ ଜବରଦସ୍ତ ହିଟ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.