ସୁପରମ୍ୟାନ୍ କୋହଲି : ଡିଭିଲର୍ସଙ୍କ ଭଳି ଧରିଲେ କ୍ୟାଚ୍, ପୁରୁଣା କଥା ମନେ ପକାଇଲା ଆରସିବି
19/09/2020 at 3:42 PM

ମୁମ୍ବାଇ, ୧୯|୦୮ : ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଥିବା ଆରସିବିର ଅଧିନାୟକ ବିରାଟ କୋହଲି ୧୭୭ଟି ମ୍ୟାଚ୍ ଖେଳି ୫୪୧୨ ରନ୍ କରିଛନ୍ତି । ସେ ଫିଲ୍ଡିଂରେ ମଧ୍ୟ ନିଜର ପାରିଦର୍ଶିତା ଦେଖାଇଥାନ୍ତି । ଆଇପିଏଲ-୧୩ ପାଇଁ ସେ ଜୋରଦାର୍ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି । ତେବେ ପ୍ରାକ୍ଟିସ୍ ସମୟରେ ସେ ଏକ ସୁପରମ୍ୟାନ୍ କ୍ୟାଚ୍ ଧରିଛନ୍ତି । ଏହି କ୍ୟାଚ୍କୁ ଆରସିବି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ୍ କରାଯାଇଛି ।
Captain Kohli casually recreating AB’s ‘Superman’ catch in training last evening. 😎 🦸🏻♂️#PlayBold #IPL2020 #WeAreChallengers #Dream11IPL pic.twitter.com/E5YcdIjxiM
— Royal Challengers Bangalore (@RCBTweets) September 19, 2020
ଆରସିବି ପକ୍ଷରୁ ଏହି ଫିଲ୍ଡିଂ ଦୃଶ୍ୟ ସେୟାର କରାଯାଇ ଲେଖାଯାଇଛି ଯେ, ସନ୍ଧ୍ୟାରେ ଅଧିନାୟକ କୋହଲି ଏକ ସୁପର୍ ମ୍ୟାନ୍ କ୍ୟାଚ୍ ଧରିଥିଲେ । ସେ ସୁପରମ୍ୟାନ୍ କ୍ୟାଚ୍ ଧରିଥିଲେ । ୨୦୧୮ରେ ଡିଭିଲର୍ସ ଏପରି ଏକ କ୍ୟାଚ୍ ନେଇଥିଲେ । ସେ ଆଲେକ୍ସ ହେଲ୍ସଙ୍କୁ ଆଉଟ କରିଥିଲେ । ସେତେବେଳେ ତାଙ୍କୁ ନିଜେ ବିରାଟ ସୁପରମ୍ୟାନ୍ କହିଥିଲେ ।