Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନିକୋଲାସ ପୁରନଙ୍କ ସୁପର୍ ମ୍ୟାନ୍ କ୍ୟାଚ୍ : ପ୍ରଂଶସା କଲେ ସଚିନ, କହିଲେ ‘ଏହା ଅବିଶ୍ୱସନୀୟ’

28/09/2020 at 1:16 PM

ଦୁବାଇ, ୨୮|୦୯  :  ଆଇପିଏଲ ହେଉଛି ଜୋସ୍ ଓ ରୋମାଞ୍ଚର ଖେଳ । ପ୍ରତି ମ୍ୟାଚରେ ଗୋଟିଏରୁ ଅଧିକ କୀର୍ତ୍ତି ଦେଖିବାକୁ ମିଳୁଛି । କିନ୍ତୁ ରବିବାର ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚରେ ଯାହା ହେଲା ତାହା ସମସ୍ତଙ୍କୁ ସକିତ କରିଦେଇଛି । ଏହି ମ୍ୟାଚରେ ରାହୁଲ ତେବାତିୟାଙ୍କ ଦମଦାର୍ ବ୍ୟାଟିଂ ସହ ଦର୍ଶକ ନିକୋଲାସ ପୁରନଙ୍କ ରୋମାଞ୍ଚକର ଫିଲ୍ଡିଂକୁ କେହି ଭୁଲି ପାରିବେ ନାହିଁ । ଏହି ଫିଲ୍ଡିଂକୁ ଦେଖି ସଚିନ ତେନ୍ଦୁଲକର ମଧ୍ୟ ପୁରନଙ୍କ ଫ୍ୟାନ୍ ହୋଇଯାଇଛନ୍ତି । ଏହାସହ ପୁରନଙ୍କୁ ପ୍ରଶଂସା କରିଛନ୍ତି ।

ରାଜସ୍ଥାନ ରୟାଲ୍ସର ଅଷ୍ଟମ ଓଭରରେ ସଞ୍ଜୁ ସାମସନ୍ ବିସ୍ଫୋରକ ବ୍ୟାଟିଂ କରୁଥିଲେ । ଏହି ଓଭରରେ ସେ ଏକ ଧୂଆଁଧାର ସଟ୍ ମାରିଥିଲେ । ବଲ୍ ଯାଇ ସିଧା ବାଉଣ୍ଡ୍ରୀ ଲାଇନ୍ ଆରପଟେ ପଡିଥାନ୍ତା । କିନ୍ତୁ ବାଉଣ୍ଡ୍ରୀ ଲାଇନ୍‌ରେ ପଡିବା ପୂର୍ବରୁ ପୁରନ ଏହାକୁ ପଡିଆ ମଧ୍ୟକୁ ଫିଙ୍ଗି ଦେଇଥିଲେ । ଏହି ସମୟରେ ତାଙ୍କ ଶରୀର ବାଉଣ୍ଡ୍ରୀ ମଧ୍ୟରେ ଥିଲା । ଏହି ଅଦ୍ଭୁତ ଫିଲ୍ଡିଂ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ନିଜେ ସାମସନ ମଧ୍ୟ ବିଶ୍ୱାସ କରିପାରି ନଥିଲେ ।

ସଚିନ୍ ଟ୍ୱିଟରରେ ପୁରନଙ୍କ ପଟୋ ସେୟାର କରି ଲେଖିଛନ୍ତି ଯେ, ଏହା ଅତି ସୁନ୍ଦର ଫିଲ୍ଡିଂ । ଏପିର ଫିଲ୍ଡିଂ ଦେଖିବାକୁ ମିଳେ ନାହିଁ । ଯାହା ଅବିଶ୍ୱସନୀୟ ।

ଆକାଶ ଚୋପ୍ରା ମଧ୍ୟ ପୁରନଙ୍କ ଫିଲ୍ଡିଂକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲର ନବମ ମ୍ୟାଚରେ ରବିବାର ରାଜସ୍ଥାନ ଓ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ଏହି ହାଇସ୍କୋରିଂ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ପଞ୍ଜାବକୁ ୪ ଓ୍ୱିକେଟରେ ପରାସ୍ତ କରିଥିଲା ।

   Related Posts