ଆଶଙ୍କାରେ ସୁପରକପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଆଜି ଖେଳାଯିବାକୁ ଥିବା ୨ଟି ଯାକ ମ୍ୟାଚ୍ ବାତିଲ୍

Published By : Prameya-News7 Bureau | March 16, 2019 IST

ଭୁବନେଶ୍ୱର ୧୬/୩ : ସୁପରକପ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ । ୭ଟି କ୍ଲବ ଏବେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆଇଲିଗ୍ ଓ ଇଣ୍ଡିଆନ୍ ସୁପରଲିଗର ଫର୍ମାଟକୁ ବିରୋଧ କରିଛନ୍ତି ଏହି ୭ଟି କ୍ଲବ । ଏନେଇ ଲିଖିତ ଭାବେ AIFFକୁ କ୍ଲବ ଗୁଡିକ ଅଭିଯୋଗ କରିଥିଲେ । ତା ସତ୍ତ୍ବେ AIFF ସୁପର କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି । ତେଣୁ ଏହାକୁ ପ୍ରତିବାଦ କରି ଶୁକ୍ରବାର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଆଜି ଖେଳାଯିବାକୁ ଥିବା ୨ଟି ଯାକ ମ୍ୟାଚ୍ ବାତିଲ୍ ହୋଇଛି । …

{"id":94254}


ଆଶଙ୍କାରେ ସୁପରକପ ଫୁଟବଲ ଟୁର୍ଣ୍ଣାମେଣ୍ଟ । କାରଣ ଆଇ ଜଲ ଏଫସି, ଗୋକୁଲମ କେରେଳା, ମିନର୍ଭା ପଞ୍ଜାବ, ଚର୍ଚିଲ ବ୍ରଦର୍ସ, ମେ।ହନ ବାଗନ, ପୁନେ ଏଫ୍ ସି ଓ ନେରେ।କା ଭଳି ୭ଟି କ୍ଲବ ଚଳିତ ସୁପରକପରୁ ଓହରି ଯାଇଛନ୍ତି । ଆଇଲିଗ୍ ଏବଂ ଇଣ୍ଡିଆନ୍ ସୁପରଲିଗରେ ଖେଳୁଥିବା କ୍ଲବ ଗୁଡିକ ଉପରେ ପ୍ରଶ୍ନ ଉଠାଇଛନ୍ତି ଏହି ୭ଟି ଦଳ । ଭାରତର ଏକମାତ୍ର ମର୍ଯ୍ୟଦାପୂର୍ଣ୍ଣ ଲିଗ୍ ହେଉଛି ଆଇଲିଗ୍ ।

{"id":94255}

ଏଥିରେ ଭାରତର ବଡ ବଡ କ୍ଲବ ଖେଳୁଛନ୍ତି । କିନ୍ତୁ ଗତବର୍ଷଠୁ ଭାରତୀୟ ଫୁଟବଲ ଫେଡେରେସନ ଆଇଏସଏଲ୍ ଆରମ୍ଭ କରିଛି । ଯାହାକୁ ନେଇ କ୍ଲବ ଗୁଡିକ ମଧ୍ୟରେ ବିବାଦ ଦେଖାଦେଇଛି । ଆଇଲିଗରେ ଖେଳୁଥିବା ମର୍ଯ୍ୟଦାପୂର୍ଣ୍ଣ କ୍ଲବ ଗୁଡିକ ଆଇ ଏସଏଲ ମାନ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏନେଇ AIFFକୁ ଲିଖିତ ଭାବେ କ୍ଲବ ଗୁଡିକ ଅଭିଯୋଗ କରିଛନ୍ତି । ତେବେ AIFF ଆଲୋଚନା ନକଲେ ଖେଳିବେନି କହିଛନ୍ତି ଏହି ୭ଟି କ୍ଲବ ।

{"id":94256}


ତେବେ ୧୫ ତାରିଖ ପ୍ରଥମ ମ୍ୟାଚରେ ଏଫ ସି ପୁନେ ଓ ମିନର୍ଭା ପଞାବ ମଧ୍ୟରେ ଥିଲା ଟକ୍କର । କିନ୍ତୁ ମିନର୍ଭା ପଞ।ବ ପଡିଆକୁ ଓଲ୍ଲାଇଲାନି ।

{"id":94259}

ଫଳରେ ପୁନେ ଏଫ ସି ୱାକଓଭର ପାଇଥିଲା । ଶନିବାର ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ ବାତିଲ ହେ।ଇଯାଇଛି ।ଆଇଜଲ ଏଫ ସି ଓ ଗୋକୁଲମ କେରେଲା ମ୍ୟାଚ ଖେଳିବେନି ବୋଲି ଘୋଷଣା କରିଛନ୍ତି । ଦଳ ଗୁଡିକ ଭୁବନେଶ୍ବରରେ ଥାଇ ମଧ୍ୟ ପଡିଆକୁ କଣ ପାଇଁ ଓହ୍ଲାଉ ନାହାନ୍ତି ସେନେଇ ଏ ଆଇ ଏଫ ଏଫ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିପାରୁନି ।

{"id":94257}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.