ମାଡି ଆସୁଛି ମହାବାତ୍ୟା 'ସୁରିଗେ' : ୨୦୦ କିମିରୁ ଅଧିକ ବେଗରେ ବହିବ ପବନ, ରଚିବ ତାଣ୍ଡବ !

Published By : Prameya-News7 Bureau | April 19, 2021 IST

ଫିଲିପାଇନ୍ସ, ୧୯/୦୪:  ମାଡି ଆସୁଛି ବଡ ବାତ୍ୟା । ସୃଷ୍ଟି କରିବ ଭୟଙ୍କର ପରିସ୍ଥିତି । ବନ୍ୟା ଆଶଙ୍କା ମଧ୍ୟ ରହିଛି । ଫିଲିଫାଇନ୍ସ ଉପକୂଳକୁ ଏକ ବଡ ବାତ୍ୟା ମୁହାଁଇଛି । ଏହା ତାଣ୍ଡବ ରଚିପାରେ ବୋଲି ଅନୁମାନ କରାଯାଉଛି । ଏହାକୁ ୨୦୨୧ର ପ୍ରଥମ ବାତ୍ୟା ବୋଲି କୁହାଯାଉଛି । ଏହାସହ ଲୋକଙ୍କୁ ସତର୍କ ରହିବା ପାଇଁ ଦେଶର ପାଣିପାଗ ବିଭାଗ କହିଛି ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ବାତ୍ୟା ସୁରିଗେ ଫିଲିପାଇନ୍ସ ସାଗରରେ ସୃଷ୍ଟି ହୋଇ ଧିରେଧିରେ ବାଇକଲ୍ ଅଞ୍ଚଳ ଆଡକୁ ମୁହାଇଁଛି । ତେବେ ଏହା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା କମ୍ ରହିଛି । ତେବେ ଏହା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭାବନା ରହିଛି ।

wp:html /wp:html

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସରକାର ୫ ନମ୍ବର ବିପଦ ସଙ୍କେତ ଜାରି କରିଛନ୍ତି । ଏହା ପ୍ରଭାବରେ ୨୧୫ କିମି ବେଗରେ ପବନ ବହିପାରେ । ଯାହା କ୍ରମଶଋ ଘଣ୍ଟା ପ୍ରତି ୨୬୫ କିମିରେ ପହଁଚିବାର ଆଶଙ୍କା କରାଯାଉଛି । ଆମେରିକାର ବିଶେଷଜ୍ଞମାନେ ସୁରିଗେକୁ ଭୟଙ୍କର ବାତ୍ୟା ବୋଲି କହିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ୧୬୫ କିମିରୁ ୨୦୦ କିମି ବେଗରେ ପବନ ବହିବ ବୋଲି ଅନୁମାନ ଲଗାଇଛନ୍ତି ।

wp:html /wp:html

ଓ୍ୱେଦର ଚ୍ୟାନେଲର ରିପୋର୍ଟ ଅନୁସାରେ, ସୁରିଗେର କେନ୍ଦ୍ରୀୟ ଚାପ ବା ସେଣ୍ଟ୍ରାଲ୍ ପ୍ରେସର ୮୮୮ ଏମବିରୁ ୮୯୫ ଏମବି ମଧ୍ୟରେ ରହିଛି । ଫଳରେ ୧୯୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହା ଗତ କିଛି ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ଭୟଙ୍କର ।

wp:html /wp:html

ସୂଚନାଯୋଗ୍ୟ, ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରହିଛି । ଫଳରେ ଅଧିକାଂଶ ସମୟରେ ବାତ୍ୟାର ବିପଦ ରହିଥାଏ । ୨୦୨୦ରେଦେଶରେ ସୁପର୍ ଟାଇଫୁନ୍ ଗୋନି ମାଡ ହୋଇଥିଲେ । ଏତତ୍ ବ୍ୟତୀତ ଭିଏତନାମ ଓ କମ୍ବୋଡିଆରେ ଅକ୍ଟୋବର- ନଭେମ୍ବର ମାସରେ ଅନେକ ବାତ୍ୟା ଆସିଥାଏ ।   

wp:embed {"url":"http://www.prameyanews7.com/harigale-corona-yodha-in-bolangir/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/harigale-corona-yodha-in-bolangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.