ଜାପାନ ମୁହାଁଇଛି ସାମୁଦ୍ରିକ ଝଡ଼ ‘ହୈସେନ୍’, ସପ୍ତାହକ ମଧ୍ୟରେ ଦ୍ୱିତୀୟ ବାତ୍ୟା

Published By : Prameya-News7 Bureau | September 05, 2020 IST

ଟୋକିଓ : ଜାପାନ ଉପକୂଳକୁ ପୁଣି ଏକ ସାମୁଦ୍ରିକ ଝଡ଼ ମୁହାଁଇଛି। ପାଣିପାଗ ବିଭାଗ ଟାଇଫୁନକୁ ଚୀନ୍‌ ଶବ୍ଦ ‘ହୈସେନ୍’ ନାମରେ ନାମିତ କରିଛି। ଯାହାର ଅର୍ଥ ସମୁଦ୍ର ଦେବତା  ହୋଇଥିବା ବେଳେ ରବିବାର ଅଥବା ସୋମବାର ସୁଧା ଏହା ଭୂ-ଭାଗକୁ ପହଞ୍ଚିବ ବୋଲି ଆକଳନ କରାଯାଉଛି। ହୈସେନ୍‌ର ପ୍ରଭାବ ଏବେ ଓକିନଭା ଓ ଦକ୍ଷିଣ ଦ୍ୱୀପପୁଞ୍ଜ ସମୂହରେ ଅନୁଭୁତ ହେଲାଣି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ଜଣାପଡିଛି। 

{"id":325431,"sizeSlug":"large"}

ସୁପର ଟାଇଫୁନ ଶ୍ରେଣୀୟ ହୈସେନ୍‌ ଉପକୂଳକୁ ପ୍ରବେଶ କରିବା ପରେ ପବନର ବେଗ ବଢିବ। ହୁଏତ ଘଣ୍ଟାପ୍ରତି ସର୍ବାଧିକ ୧୯୮ କିଲୋମିଟର ବେଗରେ  ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛନ୍ତି।  ଏଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁ ହୈସେନ୍‌ ପ୍ରଭାବରେ ଉଚ୍ଚ ଜୁଆର ଉଠିବା ସହ କୂଳ ଲଂଘୀପାରେ। ଏଣୁ ଲୋକଙ୍କୁ ଆଗୁଆ ସତର୍କ କରାଇ ଦିଆଯାଇଛି।

{"id":325436,"sizeSlug":"large"}

ବାତ୍ୟା ମଙ୍ଗଳବାର ସୁଧା କୋରିଆ ପେନିନସୁଲା ଅତିକ୍ରମ କରିବାର ପୂର୍ବାନୁମାନ କରାଯାଉଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଟାଇଫୁନ ମୟସ୍କ ଦକ୍ଷିଣ ଜାପାନ ଉପକୂଳ ଦେଇ ପ୍ରବାହିତ ହୋଇଥିଲା। ବାତ୍ୟା କ୍ଷୟକ୍ଷତିରୁ ଏପର୍ଯ୍ୟନ୍ତ ଲୋକେ ମୁକୁଳିନଥିବା ବେଳେ ସମୁଦ୍ରରୁ ପୁଣି ଏକ ବିପଦ ଉପକୂଳକୁ ମୁହାଁଇଛି। ସେପଟେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଦେଶର ଦକ୍ଷିଣ-ପଶ୍ଚିମ ଉପକୂଳରେ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଛି। ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ଧନଜୀବନ ରକ୍ଷା ଲାଗି ୨୨ ହଜାର ସେଲ୍ଫ ଡିଫେନ୍ସ ଫୋର୍ସଙ୍କୁ ସମଗ୍ର ଉପକୂଳରେ ମୁତୟନ କରାଯାଇଛି।

{"id":325437,"sizeSlug":"large"}

ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସୀ ଆକଳନ ଅନୁସାରେ ଘୂର୍ଣ୍ଣିବାତ୍ୟାର କେନ୍ଦ୍ର ସ୍ଥଳରେ ବାୟୁର ଚାପ ୯୨୦ ହେକ୍ଟୋପାସ୍କଲ ରହିପାରେ। ଏଣୁ ପବନର ଶକ୍ତି ଘଣ୍ଟାପ୍ରତି ୧୮୦ କିଲୋମିଟର ଓ ବାୟୁ ବେଗ ପ୍ରତିଘଣ୍ଟା ୨୫୨ କିଲୋମିଟରକୁ ପହଞ୍ଚିପାରେ ବୋଲି ଆଶଙ୍କା କରୁଛନ୍ତି। ଘୂର୍ଣ୍ଣିବାତ୍ୟାକୁ ଦୃଷ୍ଟିରେ ରଖି ଦକ୍ଷିଣ-ପଶ୍ଚିମ ଜାପାନକୁ ବିମାନ ଉଡାଣ ବନ୍ଦ କରିଦିଆଯାଇଛି। କେତେକ ବିମାନର ଯାତ୍ରା ବାତିଲ ହୋଇଥିବା ବେଳେ କେତେକର ମାର୍ଗ ପରିବର୍ତ୍ତନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.