ରବିବାର ସ୍ଥଳଭାଗ ଛୁଇଁବ ସୁପର ଟାଇଫୁନ 'ଗୋନି', ଫିଲପାଇନ୍ସରେ ବ୍ୟାପକ ସତର୍କତା

Published By : Prameya-News7 Bureau | October 31, 2020 IST

ମାନିଲା :  ଫିଲପାଇନ୍ସ ଉପକୂଳରେ ୨୦୧୩ ମସିହାରେ ତାଣ୍ଡବ ରଚିଥିଲା ମୁଦ୍ରିକ ଝଡ଼ ‘ହାଇୟାନ’। ଏହା ଠାରୁ ମଧ୍ୟ ଅଧିକ ଭୟାନକ ବାତ୍ୟା ଏବେ ଦେଶକୁ ମୁହାଁଇଛି। ପାଣିପାଗ ବିଭାଗ ଏହାକୁ ସୁପଟାଇଫୁନ୍‌ ଶ୍ରେଣୀଭୁକ୍ତ କରିଥିବା ବେଳେ ନାଁ ଦେଇଛନ୍ତି ‘ଗୋନି’। ରବିବାର ସୁଦ୍ଧା ଗୋନି ଫିଲପାଇନ୍ସ ଉପକୂଳ ଛୁଇଁବ ବୋଲି ବିଶେଷଜ୍ଞ ଅନୁମାନ କରୁଥିବା ବେଳେ ଲୁଜୋନ୍‌ ଦ୍ୱୀପର ଦକ୍ଷିଣ ପାର୍ଶ୍ୱ ଜନବସତୀ ଖାଲି କରିଦିଆଯାଇଛି।

{"id":354084,"sizeSlug":"large"}

ସମୁଦ୍ରରେ ବାତ୍ୟା ଯୋଗୁ ଏବେ ଘଣ୍ଟା ପ୍ରତି ୨୧୫ କିଲୋମିଟର ବେଗରେ ପବନ ବହୁଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି। ତେବେ ଏହା ଭୂ-ଭାଗରେ ପହଞ୍ଚିବା ପରେ  ପବନର ବେଗ ଘଣ୍ଟାପ୍ରତି ୨୬୫ କିଲୋମିଟରରେ ପହଞ୍ଚି ପାରେ ବୋଲି ଆଶଙ୍କା କରିଛନ୍ତି।  ଫିଲପାଇନ୍ସକୁ ଆସିଥିବା ସାମୁଦ୍ରିକ ବାତ୍ୟା ମଧ୍ୟରୁ ୨୦୧୩ର ହାଇୟାନକୁ ସବୁଠାରୁ ଭୟାବହ ବୋଲି କୁହାଯାଉଛି। ହାଇୟାନ ବ୍ୟାପକ କ୍ଷୟକ୍ଷତି କରିଥିଲା।  ଝଡ଼ବତାସ ଯୋଗୁ ଦେଶର ଅନୁନ୍ୟ ୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

{"id":354086,"sizeSlug":"large"}

ରବିବାର ଉପକୂଳକୁ ପହଞ୍ଚିବାକୁ ଥିବା ଗୋନି ମଧ୍ୟ ସମାନ ପ୍ରକାର ପ୍ରାକୃତିକ ଦୁର୍ବିପାକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା  ପ୍ରଭାବରେ ବର୍ଷା  ଲାଗି ରହିଥିବା ବେଳେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।  କେମରିନ୍ ସର ଓ କେମରିନ ନୋର୍ଟେ ପ୍ରାନ୍ତ ସମେତ ଭୂ-ସ୍ଖଳନ ଆଶଙ୍କା ଥିବା ଉପକୂଳବର୍ତ୍ତି ଅଞ୍ଚଳରୁ ଲୋକଙ୍କୁ ଏବେ ଖାଲି କରାଯାଉଛି। ସେହିପରି ଏଲବେ ପ୍ରାନ୍ତୀୟ ପ୍ରଶାସନ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବା ଲାଗି ପରାମର୍ଶ ଦେଇଛନ୍ତି।

{"id":354088,"width":576,"height":383,"sizeSlug":"large"}

ଗୋନି ପୂର୍ବରୁ ଗତ ସପ୍ତାହରେ ଫିଲପାଇନ୍ସକୁ ସାମୁଦ୍ରିକ ବାତ୍ୟା  ‘ମୋଲେଭ’ ଧ୍ୱଂସ୍ତ ବିଧ୍ୱଂସ୍ତ କରିଯାଇଛି।  ଏହି ଝଡ ବାତ୍ୟାରେ ଦେଶର ଅନୁନ୍ୟ ୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ସପ୍ତାହଟେ ନ ବିତୁଣୁ ସମୁଦ୍ରୁ ପୁଣି ବିପଦ ଏବେ ଦେଶକୁ ଆତଙ୍କିତ କରିଛି। କରୋନା ସମୟରେ ଗୋଟିଏ ପରେ ଗୋଟିଏ ପ୍ରାକୃତି ବିତ୍ପାତ ବିପର୍ଯ୍ୟୟ ପ୍ରବନ୍ଧନରେ ବାଧା ସୃଷ୍ଟି କରିଛି।  ସାମୁଦ୍ରିକ ବାତ୍ୟା ଯୋଗୁ ସ୍ଥାନୀୟ ବନ୍ଦରରେ ସଞ୍ଚାଳନ ବନ୍ଦ କରିଦିଆଯାଇଛି। ମତ୍ସ୍ୟ ଜୀବିଙ୍କୁ ସମୁଦ୍ରକୁ ନ ଯିବା ଲାଗି ମଧ୍ୟ ସତର୍କ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.