ଆଜି ରାତିରେ ନ ଦେଖିଲେ ଦେଖିବେ ଠିକ୍ ସାତବର୍ଷ ପରେ ଏହି ଜହ୍ନ , ଆଜି ରାତିରେ ଉପଭୋଗ କରନ୍ତୁ ଏହି ସୁପର୍ ସ୍ନୋ ମୁନ୍

Published By : Prameya-News7 Bureau | February 19, 2019 IST

ନୂଆଦିଲ୍ଲୀ,୧୯/୨: ହିନ୍ଦି ପରମ୍ପରା ଅନୁସାରେ ଆଜି ହେଉଛି ମାଘ ପୂର୍ଣ୍ଣିମା। ତେଣୁ ଆଜି ରାତି ସମସ୍ତଙ୍କ ପାଇଁ ବହୁତ ଖାସ୍। ମଙ୍ଗଳବାର ରାତିରେ ଦେଖାଦେବ ବଡ଼ ଓ ଉଜ୍ଜ୍ୱଳ ଦିଶୁଥିବା ‘ସୁପର୍‌ ସ୍ନୋ ମୁନ୍‌’ ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ ଉଇଁବ ନାହିଁ।

 ଜ୍ୟୋତିର୍ବିଜ୍ଞାନ ଅନୁସାରେ, ମଙ୍ଗଳବାର ଦିନ ଜହ୍ନ ପୃଥିବୀର ଅତି ନିକଟତର ହେବ। ତା’ପରେ ପୁଣି ଯାଇ ଡିସେମ୍ବର ୨୦୨୬ ପୂର୍ଣ୍ଣମୀରେ ଜହ୍ନ ପୃଥିବୀର ନିକଟତର ହେବ। ସବୁଠୁ ଛୋଟ ସେପ୍ଟେମ୍ବର ମାସ ପୂର୍ଣ୍ଣମୀ ଜହ୍ନ ଠାରୁ ଆଜି ରାତିର ଜହ୍ନ ଆକାର ୧୪% ବଡ଼ ଓ ୩୦% ତୋଫା ଦିଶିବ। ଫେବ୍ରୁଆରି ମାସରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରବଳ ତୁଷାରପାତ ହେଉଥିବା ଦୃଷ୍ଟିରୁ କେତେକ ସମ୍ପ୍ରଦାୟ ସଂସ୍କୃତିରେ ସେ ପୂର୍ଣ୍ଣମୀ ଜହ୍ନକୁ ‘ତୁଷାର ଜହ୍ନ’ ବା ‘ସ୍ନୋ ମୁନ୍‌’ କୁହାଯାଏ।

ମଙ୍ଗଳବାର ରାତି ଚନ୍ଦ୍ର ତା’ କକ୍ଷ ପଥର ପେରିଗି ବା ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବ। ନାସା ଅନୁସାରେ, ରାତି ୯ଟା ୨୩ ମିନିଟରେ ସ୍ନୋ ମୁନ୍ ଦେଖାଯିବ ବୋଲି ସୂଚନା ଦିଆଯାଇଛି। ଏବେ ଭାରତ ଆକାଶରେ ବଉଦ ନ ଥିବାରୁ ଲୋକେ ସୁପର୍‌ ସ୍ନୋ ମୁନ୍‌ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ। ସନ୍ଧ୍ୟା ୬ଟାରେ ଦିଲ୍ଲୀ, ୬:୩୦ରେ ମୁମ୍ବାଇ ଏବଂ କୋଲ୍‌କାତାରେ ୫: ୩୦ କୋଲ୍‌କାତାରେ ସୂର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟାଏ ପୂର୍ବରୁ ଜହ୍ନ ଉଇଁବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.