ଆଗକୁ ୩ଟି ସୁପରମୁନ : ସ୍ମରଣୀୟ ହେବ ସମୟ, ଭୂମିକମ୍ପ ଏବଂ ଯୁଦ୍ଧର ସମ୍ଭାବନା

Published By : Prameya-News7 Bureau | December 04, 2018 IST

ଭୁବନେଶ୍ବର ୪/୧୨: ୨୦୧୯ମସିହା ମହାକାଶପ୍ରେମୀଙ୍କ ପାଇଁ ଖାସ୍ ରହିବ। ନୂଆବର୍ଷରେ  ଲଗାତାରଭାବେ ୩ଟି ସୁପରମୁନ ଦେଖାଯିବ। ଏହା ସହିତ ୬୦ବର୍ଷ ପରେ ଡିସେମ୍ବର ୨୬ତାରିଖ ଦିନ ସୂର୍ଯ୍ୟ,ଚନ୍ଦ୍ର,ବୁଧ,ଗୁରୁ,ଶନି ଏବଂ କେତୁ ଧନୁ ରାଶିରେ ବିରାଜମାନ ହେବେ। ବିଶେଷଜ୍ଞଙ୍କ ମତରେ ଏହା ପ୍ରକୋପରେ ପୃଥିବୀ ପୃଷ୍ଠରେ ଭୂମିକମ୍ପ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ହୋଇପାରେ। ଭାରତ ଏବଂ ଚୀନ ଯୁଦ୍ଧ ବେଳେ ମଧ୍ୟ ଏହିପରି ପ୍ରାକୃତିକ ଦୃଶ୍ୟ ଦୃଷ୍ଟିଗୋଚର ହୋଇଥିଲା। ରାଜନୈତିକ ଗତିବିଧି ଜୋର ଧରିବ। ଲୋକମାନଙ୍କୁ ପୃଥିବୀର ଉପଗ୍ରହ ଚନ୍ଦ୍ରମାକୁ  ଅତି ପାଖରୁ ଦେଖିବାକୁ ସୁଯୋଗ ମିଳିବ। ସୁପରମୁନ ଦେଖାଯିବା ସମୟରେ ଚନ୍ଦ୍ର ପୃଥିବୀଠାରୁ ୩ ଲକ୍ଷ ୬୧ ହଜାର ୭୪୦ କିଲୋମିଟର କିମ୍ବା ତାଠାରୁ କମ୍ ଦୂରତାରେ ଅବସ୍ଥାନ କରିବ। ବାକି ଦିନମାନଙ୍କରେ ଚନ୍ଦ୍ରର ଦୂରତା ୪ଲକ୍ଷ କିଲୋମିଟର ବା ତାଠାରୁ ଅଧିକ ଥାଏ। ସୂର୍ଯ୍ୟାସ୍ତର ଠିକ୍ ପରେ ପରେ ପୂର୍ବ ଦିଗରେ ଏହି ସୁପରମୁନ ଦେଖାଯିବ। ଏହି ସମୟରେ ଚନ୍ଦ୍ର ପୂରା ଆଲୋକମୟ ଦେଖାଯିବ। ମହାକାଶବିଜ୍ଞାନୀଙ୍କ କହିବାନୁସାରେ ନୂଆବର୍ଷରେ ଚନ୍ଦ୍ରର ଆକାର ଅତ୍ୟନ୍ତ ବଡ଼ ହେବ ଏବଂ ଏହା ୩୦ପ୍ରତିଶତ ଅଧିକ ଆଲୋକିତ କରିବ। ପୂର୍ଣ୍ଣିମା କାରଣରୁ ଏହାର ଆକାର ବୃଦ୍ଧି ହେବ। ମହାକାଶ ବିଜ୍ଞାନ ଅନୁସାରେ ପୃଥିବୀର ସବୁଠାରୁ ପାଖରେ ରହୁଥିବା ଚନ୍ଦ୍ରକୁ ସୁପରମୁନ କୁହାଯାଏ। ଏହି ସ୍ଥିତି ଅନୁସାରେ ସୂର୍ଯ୍ୟଙ୍କ କିରଣ ଚନ୍ଦ୍ର ଉପରେ ସିଧାସଳଖ ପଡ଼ିଥାଏ। ଯେତେବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ବକ୍ରାକାର ଗତିରେ ଘୂରିଥାଏ ସେତେବେଳେ ଏହାକୁ ପେରିଜୀ ଘଟଣା କୁହାଯାଏ। ଯେତେବେଳେ ପୂର୍ଣ୍ଣିମା ଓ ପେରିଜୀ ଘଟଣା ଏକାଠି ଘଟିଥାଏ ସେତେବେଳେ ତାହା ସୁପରମୁନ ଭାବରେ ଦେଖାଯାଇଥାଏ। ଏହି ଶତାବ୍ଦୀରେ ୩ଲକ୍ଷ ୫୬ ହଜାର ୫୦୦କିଲୋମିଟରରୁ କମ୍ ଦୂରତା ବିଶିଷ୍ଟ ସୁପରମୁନ ଦେଖିବା ପାଇଁ ୨୦୩୪ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ଶତାବ୍ଦୀର ସବୁଠାରୁ ନିକଟତମ ସୁପରମୁନ ୨୦୫୨ମସିହାରେ ଡିସେମ୍ବର ୨୬ତାରିଖ ଦିନ ଦେଖାଯିବ। ଯେଉଁଥିରେ ଚନ୍ଦ୍ରର ଦୂରତା ୩ଲକ୍ଷ ୫୬ ହଜାର ୪୨୫ଲକ୍ଷ ରହିବ। ଚନ୍ଦ୍ରଂକୁ ଭୈାତିକ ସୁଖ ଭୋଗର ପ୍ରତୀକ ରୂପେ ଦର୍ଶାଯାଇଥାଏ। ସେଥିପାଇଁ ଦେଶରେ ସକରାତ୍ମକ ଆର୍ଥିକ କାରବାର ଦେଖିବାକୁ ମିଳିବ। ସ୍ବର୍ଣ୍ଣ ଅଳଙ୍କାର ମହଙ୍ଗା ହେବ। ଦେଶରେ ରାଜନୈତିକ ବିଭ୍ରାଟ ଦେଖାଯିବ। ସରକାର ଦେଶର ହିତ ପାଇଁ କଠୋର ପଦକ୍ଷେପ ନେବେ ଏବଂ ଏହା ଦୂର ହେବ। ବଡ଼ ବଡ଼ ଫିଲ୍ମ ରିଲିଜ ହେବ। ଚନ୍ଦ୍ର ପୃଥିବୀର ଅଧିକ ନିକଟତର ହେବା ଯୋଗୁଁ ଲୋକମାନେ ସାମାଜିକ ସ୍ତରରେ ଅଧିକ ଭାବପ୍ରବଣ ହେବେ। ସୁପରମୁନ ଯୋଗୁଁ ସାଂସ୍କୃତିକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଟେଲିସ୍କୋପ ବ୍ୟବସ୍ଥା ଦ୍ବାରା ନୂଆବର୍ଷର ୩ଟି ସୁପରମୁନ ଦେଖାଯିବ। ଏହା ଅଧିକ ଆଲୋକିତ ହେବା ଯୋଗୁଁ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ। ସୁପରମୁନ ସୁନାମି ଆଣିଥାଏ ଏବଂ ଲୋକମାନଙ୍କର ଚିନ୍ତା କରିବାର କ୍ଷମତା ବଢ଼ିଯାଇଥାଏ। ଚନ୍ଦ୍ର ଏକ ଶୀତଳ ଗ୍ରହ। ଏହା ପୃଥିବୀର ନିକଟତର ହେଲେ ମଧ୍ୟ ପୃଥିବୀ ଉପରେ କୈାଣସି ପ୍ରଭାବ ପଡ଼ିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.