ଚର୍ବି ବଢ଼ୁଛି କି ଆପଣଙ୍କ ଶରୀରରେ : ଖାଆନ୍ତୁ ଏହି ସବୁ ଖାଦ୍ୟ

Published By : Prameya-News7 Bureau | September 03, 2018 IST

ନୂଆଦିଲ୍ଲୀ ୩/୯: ଖାଦ୍ୟଗୁଡ଼ିକ ଚର୍ବି କମାଇବାରେ ସାହାଯ୍ୟ କରିବ। ସେଗୁଡ଼ିକ ହେଲା: ୧.ଡାଲଚିନି: ଡାଲଚିନି ଆପଣଙ୍କ ଶର୍କରା ସ୍ତରକୁ ସ୍ଥିର କରି ବିପରକ କ୍ରିୟାକୁ ବଢ଼ାଇଥାଏ,ଚର୍ବିକୁ କମାଇବାରେ ସାହାଯ୍ୟ କରିଥାଏ। ୩.ଅଦା: ଅଦା ଆପଣଙ୍କ ଶରୀରକୁ ନିର୍ମଳ କରିବା ସହିତ ଅତିଶୟ ଚର୍ବିକୁ କମାଇଥାଏ। ଏହା ଫଳରେ ଓଜନ କମିଥାଏ। ୪.ଅଳେଇଚ: ଅଳେଇଚ ଆପଣଙ୍କ ଶରୀରରେ ଅତ୍ୟଧିକ ଚର୍ବିକୁ କମାଇ ଓଜନ କମାଇବା ପ୍ରକ୍ରିୟାକୁ ସହଜ କରିଥାଏ। ୫.ହଳଦୀ: ହଳଦୀ ଜନ୍ମଟିସୁକୁ ହ୍ରାସ କରି ଅନୁକୂଳ ଓଜନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ୬.ଅକାଇ ବେରୀ:ଅକାଇ ବେରୀରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଏହାର ଜୁସ୍ ଶରୀରକୁ ନିର୍ମଳ କରିଥାଏ। ୭.ବିଛୁଆତି ପତ୍ର: ବିଛୁଆତି ପତ୍ର ଭିଟାମିନ A ଏବଂ C ରେ ଭରପୂର । ଏହା ଚର୍ବିକୁ କମାଇଥାଏ। ୮.ଜୀରା: ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ପରିଚାଳିତ କରିଥାଏ ଏବଂ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ । ୯.ଗିନସେଙ୍ଗ: ଗିନସେଙ୍ଗ ଆପଣଙ୍କ ଶକ୍ତି ସ୍ତରକୁ ବଢ଼ାଇଥାଏ। ୧୦.କଳା ଗୋଲମରିଚ: ଏହା ବିପାକ କ୍ରିୟାକୁ ଉନ୍ନତ କରି ଆପଣଙ୍କ ଶରୀରକୁ ନିର୍ମଳ କରିଥାଏ। ୧୧.ଡାଣ୍ଡେଲିଅନ୍:ଏହି ଫୁଲ ଆପଣଙ୍କ ହଜମ କ୍ରିୟାକୁ ନିୟନ୍ତ୍ରଣ କରିଥାଏ। ୧୨.ସୋରିଷ:ସୋରିଷ ବିପାକ କ୍ରିୟାକୁ ଶୀଘ୍ର କରାଇ ଓଜନ କମାଇବାରେ ସାହାଯ୍ୟ କରିଥାଏ। ୧୩.ପାନମହୁରୀ: ଏହା ହଜମ କ୍ରିୟାରେ ସାହାଯ୍ୟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.