ଆକାଶଗଙ୍ଗାର ସବୁଠୁ ପୂରୁଣା ତାରାକୁ ପରିକ୍ରମା କରୁଛି ‘ସୁପର ଆର୍ଥ’, ପୃଥିବୀ ପରି ଦିଶୁଥିବା ଏହି ଗ୍ରହରେ କଣ ଜୀବନ ସମ୍ଭବ ?

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩/୦୧: ପୃଥିବୀ ବ୍ୟତୀତ ଏଭଳି କୌଣସି ଗ୍ରହର ବୈଜ୍ଞାନିକମାନେ ସନ୍ଧାନ ପାଇନାହାନ୍ତି ଯେଉଁଠି ଜୀବନ ସମ୍ଭବ। ଏବେ ସୁଦ୍ଧା ଏମିତି ଗ୍ରହ ମିଳିପାରିନି କିନ୍ତୁ ‘ସୁପର ଆର୍ଥ’କୁ ଖୋଜି ପାଇଛନ୍ତି ବୈଜ୍ଞାନିକ। ଏହି ଉତ୍ତପ୍ତ ଗ୍ରହ ଆମ ଆକଶଗଙ୍ଗାର ସବୁଠୁ ପୂରୁଣା ତାରା ମଧ୍ୟରୁ ଗୋଟିଏକୁ ପରିକ୍ରମା କରୁଛି। କିନ୍ତୁ ‘ସୁପର ଆର୍ଥ’ ଆମ ସୌର ମଣ୍ଡଳର ବାହାରେ ଅବସ୍ଥିତ।

 ‘ସୁପର ଆର୍ଥ’ର ଆକାର ପୃଥିବୀ ଆକାରଠୁ ୫୦ ପ୍ରତିଶତ ଅଧିକ। ତେଣୁ ଏହାକୁ ‘ସୁପର ଆର୍ଥ’ ବୋଲି ବୈଜ୍ଞାନିକ ମାନେ ନାମକରଣ କରିଛନ୍ତି। ତେବେ ଏହି ତଥ୍ୟକୁ ବୈଜ୍ଞାନିକମାନେ ଆମେରିକାନ ଆଷ୍ଟେ୍ରାନୋମିକାଲ ସୋସାଇଟିର ବୈଠକରେ ଉପସ୍ଥାପିତ କରିଛନ୍ତି। ଏହି ତଥ୍ୟକୁ ଆସ୍‌ଟ୍ରୋନୋମିକାଲ ଜର୍ଣ୍ଣାଲରେ ପ୍ରକାଶିତ କରାଯିବ। TOI-561b ନାମକ ଏହି ଗ୍ରହକୁ ନିଜ ତାରକୁ ପରିକ୍ରମା କରିବାକୁ କେବଳ ଅଧାଦିନ ସମୟ ଲାଗୁଛି। ତେବେ ଏହା ତାର ସୂର୍ଯ୍ୟ ପାଖରୁ ଖୁବ କମ ଦୂରରେ ଥିବାରୁ ଏହାର ଆଭ୍ୟନ୍ତରୀଣ ତାପମାତ୍ରା ୨୦୦୦ K ରହିଛି। ଏହି ଗ୍ରହକୁ ନାସାର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି।

ବୈଜ୍ଞାନିକମାନେ WM କେକ ଅବଜରଭେଟୋରି ମାଧ୍ୟମରେ ଏହି ଗ୍ରହର ଘନତ୍ବ, ଓଜନ, ବ୍ୟାସ ସମ୍ପର୍କରେ ଜାଣିବାକୁ ପାଇଛନ୍ତି। ତେବେ ଏହାର ଓଜନ ଅଧିକ ହୋଇଥିବା ବେଳେ ଘନତ୍ବ କିନ୍ତୁ ପୃଥିବୀ ସହ ସମାନ ହୋଇଥିବା ବୈଜ୍ଞାନିକ ଚିନ୍ତାରେ ପଡ଼ିଯାଇଥିଲେ। ଏଥିରୁ ସଂକେତ ମିଳିଲା ଯେ ଏହି ଗ୍ରହ ବହୁ ପୂରୁଣା। ଗ୍ରହର ଆଭ୍ୟନ୍ତରୀଣ ସଂରଚନାକୁ ଦେଖିଲେ ଜଣାପଡ଼ିବ ଯେ, ଏଥିରେ ଜୀବନ ସମ୍ଭବ କି ନୁହେଁ। ଯଦିଓ ଏହି ଗ୍ରହ ଉତ୍ତପ୍ତ କିନ୍ତୁ ଜାଣିବାକୁ ଆଗ୍ରହ ସୃଷ୍ଟି ହେଉଛି ଯେ, କେବେ ଏଠାରେ ଜୀବନ ସମ୍ଭବ ଥିଲା କି ନାହିଁ। ଯଦି ଏମିତି ଥିଲା ତେବେ ସେଠାକାର ପରିବେଶ ସେତେବେଳେ କେମିତି ଥିଲା ବୋଲି ଜାଣିବାକୁ ବି ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ।

ଷ୍ଟଡିର ମୁଖ୍ୟ ଲେଖକଙ୍କ ଅନୁସାରେ ଆମ ମିଲ୍କ ଓ୍ବେ ୧୨ ଆରବ ବର୍ଷ ତଳେ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ଗ୍ରହ ଓ ତାର ସୂର୍ଯ୍ୟ ୧୦ ଆରବ ବର୍ଷ ପୂର୍ବରୁ ତିଆରି ହୋଇଥିଲା। କିନ୍ତୁ ଆମ ସୂର୍ଯ୍ୟ ୪.୫ ଆରବ ବର୍ଷ ପୂରୁଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.