ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତି କରିପାରେ 'ଅମ୍ଫାନ', ସ୍ଥାନାନ୍ତର ହେଲେ ୩ ଲକ୍ଷ ଲୋକ

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୦୫: ମହାବାତ୍ୟା ‘ଅମ୍ଫାନ’ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ୨୧ ବର୍ଷ ପରେ ପ୍ରଥମ ଥର କୌଣସି ସୁପର ସାଇକ୍ଲୋନ ଭାରତର ତଟୀୟ ଅଞ୍ଚଳରେ ମାଡ ହେବାକୁ ଯାଉଛି। ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ସେନା, ବାୟୁସେନା ସହିତ ଏନଡିଆରଏଫକୁ ଆଲର୍ଟ କରାଯାଇଛି। ଏନଡିଆରଏଫ ମୁଖ୍ୟ  ସତ୍ୟନାରାୟଣ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଥମ ଥର ଆମେ ଦୁଇଟି ଦୁଇଟି ବଡ ସଙ୍କଟର ମୁକାବିଲା କରୁଛନ୍ତି। ଏହି ସମୟ ଆମ ପାଇଁ ବହୁତ ଚ୍ୟାଲେଞ୍ଜିଂ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ମହାବାତ୍ୟା ଅମ୍ଫାନ ନିକଟତର  ହେବା ପୂର୍ବରୁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1262697355754614784","type":"rich","providerNameSlug":"twitter","className":""}
https://twitter.com/ANI/status/1262697355754614784
/wp:core-embed/twitter

୪୧ ଟିମ୍ ମୁତୟନ

ଏସ ଏନ ପ୍ରଧାନ କହିଛନ୍ତି, ଏହି ବାତ୍ୟା ଫୋନିର ବରାବର। କାଲି କୌଣସି ବି ସମୟରେ ଏହା ସ୍ଥଳଭାଗ ଛୁଇଁପାରେ। ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏନଡିଆରଏଫର ୧୫ ଟିମ୍ ଓଡିଶାରେ କାମ ଆରମ୍ଭ କରି ଦେଇଛନ୍ତି। ୧୯ ଟିମ୍ ପଶ୍ଚିମବଙ୍ଗରେ ନିୟୋଜିତ ଅଛନ୍ତି। ଦୁଇଟି ଟିମ୍‌କୁ ରିଜର୍ଭ ରଖାଯାଇଛି। ରିଜର୍ଭ ଟିମ୍‌କୁ ମିଶାଇ ମୋଟ୍ ୪୧ ଟିମ୍‌ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

ଏନଡିଆରଏଫ ମୁଖ୍ୟ କହିଛନ୍ତି, ଆମେ ଫୋନିଠୁ ଶିକ୍ଷା ନେଇଛୁ ଏବଂ ପ୍ରଥମ ଥର ଦୁଇ ଦୁଇଟି ବିପଦର ମୁକାବିଲା କରୁଛୁ। ଲୋକଙ୍କୁ କରୋନା ଭୂତାଣୁ ସଙ୍କଟ ସହ ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସହ ସଂଘର୍ଷ କରିବାକୁ ପଡୁଛି। ଆମେ ଯେବେ ତି ରିଲିଫ୍ କାମ କରୁଛୁ, ତାହା ସବୁ କୋଭିଡ୍-୧୯କୁ ଦୃଷ୍ଟିରେ ରଖି କରୁଛୁ।

ଏୟାରଲିଫ୍ଟ ମଧ୍ୟ ପ୍ରସ୍ତୁତ

ଏସ ଏନ ପ୍ରଧାନ କହିଛନ୍ତି, ଯଦି ବାତ୍ୟା ଅଧିକ ଭୟାନକ ସ୍ଥିତିରେ ରହେ ତେବେ ଏଥିପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି। ଏନଡିଆରଏଫର ଅନେକ ଟିମ୍‌କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ଏହି ଟିମ୍ ବାରଣାସୀ, ପୁଣେ, ଚେନ୍ନାଇ ଓ ପାଟନାରେ ଅଛନ୍ତି। ଆବଶ୍ୟକ ପଡିଲେ ତୁରନ୍ତ ବାୟୁସେନା ବିମାନରେ ଟିମ୍‌କୁ ପ୍ରଭାବିତ ସ୍ଥାନରେ ପହଞ୍ଚା ଯାଇପାରେ।

wp:core-embed/twitter {"url":"https://twitter.com/ANI/status/1262698624703553536","type":"rich","providerNameSlug":"twitter","className":""}
https://twitter.com/ANI/status/1262698624703553536
/wp:core-embed/twitter

ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ମହାବାତ୍ୟା ଅମ୍ଫାନ  ସ୍ଥଳ ଭାଗର ନିକଟତର ହେଉଛି । ପାରାଦୀପଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ରହିଥିବା ବେଳେ ଦୀଘାଠୁ ୫୭୦ ଓ ବାଂଲାଦେଶଠୁ ୭୦୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତାକାଲି ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୫୫ରୁ ୧୬୫ ରହିବ । ଏବେ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ଅମ୍ଫାନ । ସମୁଦ୍ରରେ ୨୦୦ରୁ  ୨୪୦ କିମି ବେଗରେ ପବନ ବୋହୁଛି। ଲ୍ୟାଣ୍ଡଫଲ ବେଳେ ବହୁ କ୍ଷତି ଘଟାଇପାରେ ବାତ୍ୟା, ଗଛ, ବିଦ୍ୟୁତ ଖୁଣ୍ଟ, ଘର କ୍ଷତିଗ୍ରସ୍ତ ହୋଇପାରେ, ଦକ୍ଷିଣ ଓଡ଼ିଶା ଉପକୂଳରେ ଏବେ ପବନର ବେଗ ୫୦ କିମି ରହିଛି । ୧୯୯୯ ପରେ ଏହା ସବୁଠୁ ବଡ଼ ବାତ୍ୟା ବୋଲି  IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ ଜରିଆରେ  ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.