Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଅମ୍ପାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ : ୪ ଘଣ୍ଟା ଯାଏଁ ରଚିବ ତାଣ୍ଡବ

20/05/2020 at 3:47 PM

ନୂଆଦିଲ୍ଲୀ ୨୦/୦୫ : ସୁପର ସାଇକ୍ଲୋନ ଅମ୍ପାନ ସ୍ଥଳଭାଗକୁ ଛୁଇଁବା ଆରମ୍ଭ କରିଛି | ଅମ୍ପାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି | ବାତ୍ୟା ଅମ୍ଫନ ଆଜି ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି | ଓଡିଶାରେ ପ୍ରବଳ ପବନ ଓ ବର୍ଷା ଯୋଗୁଁ ବାତ୍ୟା ଦୁର୍ବଳ ହୋଇପଡିଛି | ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପବନ ସହ ବର୍ଷା ଜାରି ରହିଥିଲା | ପାରାଦୀପରେ ସକାଳୁ ଭୀଷଣ ବର୍ଷା ଲାଗି ରହିଥିଲା | ପାରାଦୀପରେ ବର୍ତ୍ତମାନ ଘଣ୍ଟା ପ୍ରତି ୮୨ କିମି ବେଗରେ ପବନ ବୋହୁଛି |

ପଶ୍ଚିମବଙ୍ଗରେ ଏନଡିଆରଏଫ ଟିମ ପୂର୍ବାଞ୍ଚଳ ମେଦିନୀପୁର ଜିଲ୍ଲାତା ଦିଘା ଏବଂ ଓଡିଶା ସୀମା ମଧ୍ୟରେ ପଡି ରହିଥିବା ବିଜୁଳି ଖୁଣ୍ଟ ଓ ଗଛ କାଟି ରାସ୍ତା ସଫା କରୁଛନ୍ତି | ଓଡିଶାରେ ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବାତ୍ୟା ନିଜର ମୂଳ ସ୍ଥିତିରୁ ପୂର୍ବାନୁମାନ ମାର୍ଗରୁ ତଳକୁ ଚାଲିଯାଇଛି | ବାତ୍ୟା ପାରାଦୀପ, କେନ୍ଦ୍ରାପଡା, ଧାମରା ପାର କରି ସାରିଛି | ବାଲେଶ୍ୱର ଉପକୂଳରେ ୩ ଘଣ୍ଟା ମଧ୍ୟରେ ଅତିକ୍ରମ କରିପାରେ |

ଭୁବନେଶ୍ୱର ପାଣିପାଗ ବିଭାଗ ନିର୍ଦେଶକ କହିଛନ୍ତି ଯେ ଦିନ ସାଢେ ୨ଟା ସମୟରେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ |

   Related Posts