Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କରୋନା ସଂକ୍ରମଣ ରୋକିବ Super computer: ଚିହ୍ନଟ ରାସାୟନିକ ଦ୍ୱାରା ପ୍ରସ୍ତୁତ ହେବ ପ୍ରତିଷେଧକ ଟିକା

20/03/2020 at 1:32 PM

ଟେନିସି ୨୦।୩: ଚମତ୍କାର କରିଛି ଆଇବିଏମର ସୁପର କମ୍ପ୍ୟୁଟର ‘ସମିଟ୍’। କରୋନା ସଂକ୍ରମଣ ରୋକିବା ଲାଗି ବିଶ୍ୱର ଜଣାଶୁଣା ଦ୍ରୁତତମ ସୁପର କମ୍ପ୍ୟୁଟର ପ୍ରଥମ ଥର ରସାୟନ ଚିହ୍ନଟ କରିଛି। ଯାହା ଏଭଳି ମାରାତ୍ମକ ଭୂତାଣୁ କବଳରୁ ଲୋକଙ୍କ ଜୀବନ ରକ୍ଷା ସହ ଏବେ ଟିକା ଉଦ୍‌ଭାବନ ଦିଗରେ ବି ସହାୟକ ହେବ ବୋଲି ଆଶା କରାଯାଉଛି।   

ବିଶ୍ୱର ବୈଜ୍ଞାନିକଙ୍କ ଲାଗି ନୋଭେଲ କରୋନା ଭାଇରସ୍ ଚାଲେଞ୍ଜ ପାଲଟିଛି। ଚୀନ ଉହାନରୁ ବ୍ୟାପିଥିବା ଏହି ଭୂତାଣୁ ଯେଉଁ ବେଗରେ ବ୍ୟାପୁଛି ତାହାହିଁ ଚିନ୍ତାଜନକ। ବିଶ୍ୱର ଅଧିକାଂଶ ଦେଶକୁ  ଭୂତାଣୁ ପହଞ୍ଚି ସାରିଥିବା ବେଳେ ଦିନକୁ ଦିଗୁଣା, ରାତିକୁ ୪ଗୁଣା ହାରରେ ଲୋକେ ସଂକ୍ରମିତ  ହେଉଛନ୍ତି । ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିରେ ସମଗ୍ର ବିଶ୍ୱ ସ୍ଥାଣୁ ପାଲଟିଯାଇଥିବା ବେଳେ ‘AI ମସ୍ତିଷ୍କ’ ସମ୍ପନ୍ନ ଆଇବିଏମ ସୁପର କମ୍ପ୍ୟୁଟର ସମିଟ୍ ତାର ହଜାର ହଜାର ସିମୁଲେସେନ ମାଧ୍ୟମରେ କରୋନା ନିୟନ୍ତ୍ରଣ ଲାଗି ଔଷଧର ଯୌଗିକ ଖୋଜିବାରେ ସଫଳ ହୋଇଛି। ଯାହା ବୈଜ୍ଞାନିକ ଗବେଷଣା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଏବେ କୁହାଯାଉଛି।

ଯେଉଁ ଔଷଧ ଭୂତାଣୁ ସଂକ୍ରମଣର ସଫଳ ମୁକାବିଲା କରିପାରିବ ସେହିଭଳି ୭୭ଟିକୁ ସୁପର କମ୍ପ୍ୟୁଟର ଚିହ୍ନଟ କରିଛି। ଯାହା ଟିକା ପ୍ରସ୍ତୁତିରେ ବି ସାହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଆମେରିକା ଓକ୍ ରିଜ୍ ନ୍ୟାସନାଲ ଲାବୋରେଟରୀର ଏହି ଅନୁସନ୍ଧାନ କେମ୍ ରିଜିଭ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଆମେରିକା ଏନେର୍ଜି ଡିପାର୍ଟମେଣ୍ଟ ୨୦୧୪ ମସିହାରେ ଏହି ସୁପର କମ୍ପ୍ୟୁଟର ସ୍ଥାପନା କରିଥିଲେ। ଯାହା ଏବେ ବିଶ୍ୱର ଏକ ବୃହତ୍ତ ସମସ୍ୟା ସମାଧାନରେ ସହାୟାକ ସାବ୍ୟସ୍ତ ହୋଇଛି।   

   Related Posts