Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

IPL 2020: ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ, ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୩ ରନର ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ

29/09/2020 at 9:26 PM

ଆବୁଧାବି ୨୯।୦୯: ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ଏକାଦଶ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ଚ୍ୟାଲେଞ୍ଜିଂ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି। ଜୋନି ବେୟାରଷ୍ଟୋଙ୍କ ୫୩, ଡେଭିଡ ଓ୍ଵାର୍ଣ୍ଣରଙ୍କ ୪୫ ଓ କେନ ଓ୍ଵିଲିୟମସନଙ୍କ ଦ୍ରୁତ ୪୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି। ଚଳିତ ସଂସ୍କରଣରେ କ୍ରମାଗତ ତୃତୀୟ ବିଜୟ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ ରହିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାକୁ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଜୋନି ବେୟାରଷ୍ଟୋ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ୯.୩ ଓଭରରେ ପ୍ରଥମ ଓ୍ଵିକେଟ୍‌ରେ ୭୭ ରନ ଯୋଡି ଦଳ ପାଇଁ ମୂଳଦୁଆ ପକାଇଥିଲେ। ଅଧିନାୟକ ଡେବିଡ୍ ଓ୍ଵାର୍ଣ୍ଣର ୩୩ ବଲରୁ ୩ ଚୌକା ଓ ୨ ଛକା ବଳରେ ୪୫ ରନ କରି ଅମିତ୍ ମିଶ୍ରାଙ୍କ ଶିକାର ହୋଇଥିଲେ। ମନିଷ ପାଣ୍ଡେ କିଛି ଖାସ୍ କରିନପାରି ୩ ରନରେ ପାଭିଲିୟନ ଫେରିଥିଲେ।

ପ୍ରଥମ ଥର ଚଳିତ ସିଜିନରେ ଖେଳୁଥିବା କେନ ଓ୍ଵିଲିୟମସନ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ବ୍ୟାଟିଂ କରିଥିଲେ। କ୍ରିଜରେ ଜମି ରହିଥିବା ବେୟାରଷ୍ଟୋ ଆଇପିଏଲରେ ନିଜର ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ବଡ ସଟ୍ ଖେଳିବାକୁ ଯାଇ ରାବଡାଙ୍କ ବଲରେ କ୍ୟାଚ୍‌ ଆଉଟ୍ ହୋଇଥିଲେ। ସେ ୪୮ ବଲରୁ ୨ ଚୌକା ଓ ୧ ଛକା ବଳରେ ୫୩ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଆଉଟ୍ ହେବା ପୂର୍ବରୁ ସେ ଓ୍ଵିଲିୟମସନଙ୍କ ସହିତ ତୃତୀୟ ଓ୍ଵିକେଟ୍‌ରେ ୫୨ ରନ ଯୋଡିଥିଲେ।

କେନ ଓ୍ଵିଲିୟମସନ ୨୬ ବଲରୁ ୫ ଚୌକା ଜରିଆରେ ୪୧ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଛି। ଅବଦୁଲ ସମାଦ ୧୨ ରନ କରି ଅପରାଜିତ କରି ଅପରାଜିତ ଥିଲେ।

ଦିଲ୍ଲୀ ପକ୍ଷର ସଫଳ ବୋଲର ଭାବେ କାଗିସୋ ରାବଡା ୨୧ ରନ ଦେଇ ୨ ଓ୍ଵିକେଟ୍ ଏବଂ ଅମିତ୍ ମିଶ୍ର ୩୫ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ।

   Related Posts