ଆଇପିଏଲର ଶେଷ ଲିଗ୍‌ ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି, ଦଳର ନେତୃତ୍ଵ ନେଲେ ଭୁବନେଶ୍ଵର କୁମାର

Published By : Prameya-News7 Bureau | May 22, 2022 IST

ମୁମ୍ବାଇ:  ଚଳିତ ଆଇପିଏଲ୍‌ର ଅନ୍ତିମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ । ୪ଟି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଥିବାରୁ ଏହି ମ୍ୟାଚ୍‌ଟି ମୂଲହୀନ ହୋଇ ପଡ଼ିଛି । କେବଳ ସମ୍ମାନ ପାଇଁ ଉଭୟ ଦଳ ପରସ୍ପରକୁ ସାମ୍ନା କରିବେ । ଶେଷ ମୁକାବିଲାରେ ଟସ୍ ଜିତି ହାଇଦ୍ରାବାଦ ବ୍ୟାଟିଂ ନିଷ୍ପତ୍ତି ନେଇଛି। କେନ ଓ୍ଵିଲିୟମସନଙ୍କ ଅନୁପସ୍ଥିତିରେ ଭୁବନେଶ୍ଵର କୁମାର  ହାଇଦ୍ରାବାଦର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି।

ଉଭୟ ସନରାଇଜର୍ସ ଓ ପଞ୍ଜାବ କିଙ୍ଗ୍‌ସ ୧୨ପଏଣ୍ଟ ଲେଖାଏଁ ଅର୍ଜନ କରିଛନ୍ତି । ଉନ୍ନତ ରନ୍‌ ରେଟ୍‌ ବଳରେ ପଞ୍ଜାବ କିଙ୍ଗ୍‌ସ ସପ୍ତମ ସ୍ଥାନରେ ରହିଛି । ସନରାଇଜର୍ସ ଅଷ୍ଟମ ସ୍ଥାନ ଅଧିକାର କରିଛି । ମ୍ୟାଚ୍‌ ବିଜୟୀ ଦଳ ଷଷ୍ଠକୁ ଉନ୍ନୀତ ହେବ । ଏହି ସ୍ଥାନରେ ଥିବା କୋଲକାତା ନାଇଟ ରାଇଡର୍ସ ସପ୍ତମକୁ ଖସିବ ।

ବିଜୟ ସହ ସିଜନ ଶେଷ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଫଳରେ ଦର୍ଶକମାନେ ଏହି ମ୍ୟାଚ୍‌ର ଭରପୁର ରୋମାଞ୍ଚ ନେଇ ପାରିବେ। ସନରାଇଜର୍ସ ବ୍ୟାଟିଂ ବିଭାଗ ତ୍ରୁଟି ସୁଧାରିବାରେ ବିଫଳ ହୋଇଥିଲା । ଅଧିନାୟକ କେନ ୱିଲିୟମସନଙ୍କ ବ୍ୟାଟ୍‌ ଏଥର ଚୁପ୍‌ ରହିଥିଲା । ନିକୋଲାସ ପୂରନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ । ଆହତ ସମସ୍ୟା ମଧ୍ୟ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲା । ୱାସିଂଟନ ସୁନ୍ଦର ଓ ଟି ନଟରାଜନ ବାରମ୍ବାର ଆହତ ହୋଇଥିଲେ । ବର୍ତ୍ତମାନ ସବୁ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ସବୁ ତ୍ରୁଟିକୁ ଭୁଲି ସନରାଇଜର୍ସ ଉନ୍ନତ ପ୍ରଦର୍ଶନ କରିବ । ୱିଲିୟମସନ ମ୍ୟାଚ୍ ଖେଳିବେନି । ତାଙ୍କ ସ୍ଥାନରେ ଭୁବନେଶ୍ଵର କୁମାର ଦଳର ନେତୃତ୍ଵ ନେଇଛନ୍ତି ।

ପଞ୍ଜାବ କିଙ୍ଗ୍‌ସ ଚଳିତ ସିଜନରେ କିଛି ଚମତ୍କାର ପ୍ରଦର୍ଶନ କରିଥିଲା । ବିଶେଷ କରି ଲାଏମ ଲିଭିଙ୍ଗଷ୍ଟୋନ, ଜନି ବେୟାରଷ୍ଟୋ, ଶିଖର ଧାୱନ, ଅର୍ଶଦୀପ ସିଂହ, କାଗିସୋ ରାବାଡା ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ମୟଙ୍କ ଅଗ୍ରୱାଲ୍‌ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କିନ୍ତୁ ଶାହରୁଖ ଖାନ୍‌ ଓ ଓଡିନ ସ୍ମିଥ୍‌ ସଫଳତା ସତ୍ତ୍ଵେ ଖୁବ୍‌ କମ୍‌ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ।

ପଞ୍ଜାବ କିଙ୍ଗ୍ସ

ଜୋନି ବେୟାରଷ୍ଟୋ, ଶିଖର ଧାୱନ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୟଙ୍କ ଅଗ୍ରୱାଲ୍ (ଅଧିନାୟକ), ଶାହାରୁଖ ଖାନ୍, ଜିତେଶ ଶର୍ମା (ଓ୍ଵିକେଟ୍ କିପର), ହରପ୍ରୀତ ବ୍ରା, ନାଥାନ୍ ଏଲିସ୍, ପ୍ରେରକ ମାଙ୍କଡ, କାଗିସୋ ରାବାଡା, ଅର୍ଶଦୀପ ସିଂହ।

ସନରାଇଜର୍ସ ହାଇଦ୍ରାବାଦ

ଅଭିଷେକ ଶର୍ମା, ପ୍ରିୟମ୍ ଗର୍ଗ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୁରନ (ଓ୍ଵିକେଟ୍ କିପର), ରୋମାରିଓ ଶେଖର, ୱାଶିଂଟନ୍ ସୁନ୍ଦର, ଜଗଦୀଶ ସୁଚିଥ, ଭୁବନେଶ୍ୱର କୁମାର (ଅଧିନାୟକ), ଫଜଲହକ୍ ଫାରୁକି, ଉମରାନ ମଲିକ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.