Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

IPL ଏଲିମିନେଟର: ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରି ଆରସିବି, ଖେଳୁ ନାହାନ୍ତି ରିଦ୍ଧିମାନ ଶାହା

6/11/2020 at 7:03 PM

ଦୁବାଇ, ୦୬/୧୧: ଆଜି ଚଳିତ ଆଇପିଏଲ୍‌ର ଏଲିମିନେଟର ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଟସ୍ ଜିତି  ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳ ଓ୍ଵିକେଟ୍ କିପର ରିଦ୍ଧିମାନ ଶାହାଙ୍କ ବିନା ପଡିଆକୁ ଓହ୍ଲାଉଛି। ଆହତ କାରଣରୁ ଶାହାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ଵାମୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ବେଙ୍ଗାଲୁରୁ ଦଳକୁ ଆରୋନ ଫିଞ୍ଚ ଫେରିଛନ୍ତି।

ସନ୍‌ରାଇଜର୍ସ ବିଜୟଧାରା ବଜାୟ ରଖି ପ୍ଲେଅଫର ଦ୍ଵିତୀୟ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ୟରେ ରହିଛି। ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍‌ ଜରିଆରେ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବ। ଏହି ମ୍ୟାଚ୍‌ର ବିଜେତା ଦଳ ଆଇପିଏଲ୍‌ ଟାଇଟଲ୍‌ ଦୌଡ଼ରେ ରହିବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବ। ବିଜେତା ଦଳ ଆସନ୍ତା ୮ ତାରିଖ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳିବ। ଉଭୟ ଦଳର ନଜର ଟାଇଟଲ ଉପରେ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛନ୍ତି ।

ସନ୍‌ରାଇଜର୍ସ ଲିଗ୍‌ ପର୍ଯ୍ୟାୟର ଶେଷ ଆଡ଼କୁ ପ୍ରଭାବୀ ପ୍ରଦର୍ଶନ କରିଥିଲା । ଦଳ ହ୍ୟାଟ୍ରିକ୍‌ ବିଜୟ ସହ ତୃତୀୟ ସ୍ଥାନରେ ରହି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । ପୂର୍ବ ୩ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ଏହି ପ୍ରଦର୍ଶନ ବଳରେ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ହୋଇଛି। ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ରିଦ୍ଧିମାନ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଉଭୟଙ୍କ ମଧ୍ୟରେ ୨ଥର ଶତକୀୟ ଭାଗିଦାରୀ (ଦିଲ୍ଲୀ ବିପକ୍ଷରେ ୧୦୭, ମୁମ୍ବାଇ ବିପକ୍ଷରେ ୧୫୧) ଗଠନ ହୋଇଥିଲା । ୱାର୍ଣ୍ଣର ୧୪ମ୍ୟାଚ୍‌ରୁ ୫୨୯ରନ୍‌ କରି ସାରିଛନ୍ତି । ବ୍ୟାଟିଂ ବିଭାଗରେ ମନୀଷ ପାଣ୍ଡେ, କେନ୍‌ ୱିଲାମସନ୍‌ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବୋଲିଂ ବିଭାଗର ପ୍ରଦର୍ଶନ ପ୍ରଶଂସନୀୟ ରହିଛି ।

ଟ୍ରମ୍ପ କାର୍ଡ଼ ରସିଦ୍‌ ଖାନ୍‌ ଓ ପେସ୍‌ ବୋଲର ଜାସନ ହୋଲ୍ଡର ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ବିପଦଜ୍ଜନକ ରହିଛନ୍ତି । ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲିଗ୍‌ ପର୍ଯ୍ୟାୟର ଶେଷ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଦଳ ସବୁ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦଳୀୟ ଖେଳାଳି ପୂର୍ବ ତ୍ରୁଟି ସୁଧାରି ଆକ୍ସନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ । ଦଳରେ କୋହଲି, ଡି’ଭିଲର୍ସ ଓ ଦେବଦତ୍ତ ପାଡିକଲଙ୍କ ଭଳି ବଡ଼ ହିଟର ରହିଛନ୍ତି । ଆସନ୍ତାକାଲି ଜୋଶ ଫିଲିପ୍‌ଙ୍କ ସ୍ଥାନ ଆରୋନ୍‌ ଫିଞ୍ଚ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଦଳରେ ମଧ୍ୟକ୍ରମ ବ୍ୟାଟିଂ ସମସ୍ୟା ରହିଛି । ବୋଲିଂ ବିଭାଗରେ କ୍ରିସ୍‌ ମୋରିସ୍‌, ସ୍ପିନର ୟୁଝବେନ୍ଦ୍ର ଚହଲ ନିୟମିତ ଭଲ ପ୍ରଦର୍ଶନ କରୁଛନ୍ତି । ଆଜି ନବଦୀପ ସାଇନି ଦଳକୁ ଫେରିବେ । ସେ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ । ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ବିଜୟୀ ହୋଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଆରୋନ ଫିଞ୍ଚ, ଦେବଦତ୍ତ ପାଡିକଲ, ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟର୍ସ(ଓ୍ଵିକେଟ୍ ରକ୍ଷକ), ମୋଇନ ଅଲ୍ଲୀ, ଓ୍ଵାଶିଂଟନ ସୁନ୍ଦର, ଶିବମ ଦୁବେ। ନବଦୀପ ସାଇନି, ଆଡମ ଜାମ୍ପା, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ସନରାଇଜର୍ସ ହାଇଦ୍ରାବାଦ

ଡେଭିଡ୍ ଓ୍ଵାର୍ଣ୍ଣର (ଅଧିନାୟକ), ଶ୍ରୀବତ୍ସ ଗୋସ୍ଵାମୀ(ଓ୍ଵିକେଟ୍ ରକ୍ଷକ), ମନୀଷ ପାଣ୍ଡେ, କେନ ଓ୍ଵିଲିୟମସନ, ପ୍ରିୟମ ଗର୍ଗ, ଜାସନ ହୋଲଡର, ଅବଦୁଲ ସମାଦ, ରଶିଦ ଖାନ, ଶାହାବାଜ ନଦୀମ, ସନ୍ଦୀପ ଶର୍ମା, ଟି ନଟରାଜନ।

   Related Posts