ଫେଲ୍ ମାରିଲେ ସନରାଇଜର୍ସର ଷ୍ଟାର ବ୍ୟାଟସମ୍ୟାନ, ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୩୫ ରନର ଟାର୍ଗେଟ୍

Published By : Prameya-News7 Bureau | September 22, 2021 IST

ଦୁବାଇ ୨୨। ୦୯: ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୩୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂରେ ସେତେଟା ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନାହିଁ। ଫେଲ୍ ମାରିଲେ ଷ୍ଟାର ବ୍ୟାଟସମ୍ୟାନ। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୪ ରନ କରିଛି। ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟରେ ଥିବା ଦିଲ୍ଲୀ ସାମ୍ନାରେ ୧୩୫ ରନର ସହଜ ବିଜୟ ଲକ୍ଷ୍ୟ ମିଳିଛି। ସନରାଇଜର୍ସ ପକ୍ଷରୁ ଅବଦୁଲ ସମାଦ ସର୍ବାଧିକ ୨୮ ରନ ଏବଂ ରଶିଦ ଖାନ ୨୨ ରନ କରିଥିଲେ। ଏହି ମ୍ୟାଚ୍ ଜିତିଲେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟର ଶୀର୍ଷକୁ ଉଠିବ। ଅନ୍ୟପଟେ ମୁକାବିଲା ନଜିତିଲେ ସନରାଇଜର୍ସ ହାଇଦ୍ରାବାଦର ପ୍ଲେଅଫ ଆଶା ମଉଳି ଯିବ। ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅନରିଚ୍ ନୋର୍ତ୍ତଜେ ଓ ଅକ୍ଷର ପଟେଲ ପ୍ରତ୍ୟେକ ଦୁଇଟି ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.