IPL 2020: ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା, ପୂରା ଟୂର୍ଣ୍ଣାମେଣ୍ଟରୁ ବାହାର ହେଲେ ଦ୍ରୁତ ବୋଲର ମିଚେଲ ମାର୍ଶ

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩।୦୯: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବଡ ଝଟକା। ଅଲରାଉଣ୍ଡର ମିଚେଲ ମାର୍ଶ ଆଇପିଏଲ ୨୦୨୦ରୁ ବାହାର ହୋଇ ଯାଇଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ ବୁଧବାର ଏହାର ସୂଚନା ଦେଇଛି। ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳୁଥିବା ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ସେପ୍ଟେମ୍ବର ୨୧ରେ ଦୁବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ବିରୋଧ ମ୍ୟାଚ୍‌ରେ ବୋଲିଂ ସମୟରେ ପାଦ ଗଣ୍ଠିରେ ଆଘାତ ଲାଗିଥିଲା।

ଆରସିବି ଇନିଂସର ପଞ୍ଚମ ଓଭର ବୋଲିଂ କରୁଥିବା ବେଳେ ୨୮ ବର୍ଷୀୟ ଏହି ବୋଲରଙ୍କ ପାଦ ଗୋଇଠି ମୋଡି ହୋଇ ଯାଇଥିଲା। ଏହା ପରେ ଅତି କଷ୍ଟରେ ସେ ପଡିଆ ବାହାରକୁ ଯାଇଥିଲେ।  ବିଜୟ ଶଙ୍କର ତାଙ୍କ ଓଭରର ବାକି ୨ଟି ବଲ ବୋଲିଂ କରି ୯ ରନ ଦେଇଥିଲେ। କେବଳ ଚାରୋଟି ବଲ୍‌  ବୋଲିଂ କରିଥିବା ମିଚେଲ ମାର୍ଶ ଏହା ପୂର୍ବରୁ ମଧ୍ୟ ଅନେକ ଥର ଆହତ ହୋଇଛନ୍ତି। ଆରସିବି ଇନିଂସର ବାକି ଓଭର ଦେବା ପାଇଁ ମଧ୍ୟ ମାର୍ଶ ପଡିଆକୁ ଓହ୍ଲାଇନଥିଲେ।

wp:html /wp:html

ଏହା ପରେ ମାର୍ଶ ଦଶମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ତାଙ୍କଠାରେ ଯନ୍ତ୍ରଣା ସ୍ପଷ୍ଟ  ଭାବେ ବାରି ହୋଇ ପଡିଥିଲା। ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ମାର୍ଶ ଆହତ କାରଣରୁ ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡି ପାରନ୍ତି। ଏବେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହା ଉପରେ ମୋହର ମାରିଛି। ଏବେ ତାଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ମହମ୍ମଦ ନବିଙ୍କୁ ସ୍ଥାନ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.