ଭାରତୀୟ ବଂଶୋଦଭବ ଆମେରିକୀୟ ନାଗରିକ ସନି ଲିଓନିଙ୍କ କଥା ଉଠିଲେ ଫ୍ୟାନଙ୍କ ମନରେ ତାଙ୍କର ହଟ୍ ଫିଗର ତାଜା ହୋଇଯାଏ। ସନିଙ୍କ ନିଜ ନାମ ହେଉଛି କରନଜିତ କୌର ବୋହରା। ତେବେ ଏକ ସମୟରେ ସେଥିଲେ ପର୍ଣ୍ଣ କ୍ବିନ୍। କିନ୍ତୁ ଆଜିକାଲି ସେ ଭାରତ ଚାଲିଆସିଥିବା ବେଳେ ପୁରୁଣା ଅଭିନୟ ବନ୍ଦ କରିଦେଇଛନ୍ତି । ଏବେ ବଲିଉଡରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଭଲ ଅଫର ମିଳିବାରେ ଲାଗିଛି ।
{"id":115648}ସନି ଲିଓନିଙ୍କ ପାଖରେ କାନାଡା ଓ ଆମେରିକାର ନାଗରିକତା ରହିଛି । ୩୯ ବର୍ଷ ବୟସରେ ସନି ପାଦ ଥାପିଥିଲେ ହେଁ ତାଙ୍କ ରୂପ ଲାବଣ୍ୟରେ କିଛି ବି ଫରକ ପଡିନି। ଏବେ ସନି ପୁଣି ସୋସାଲ ମିଡିଆରେ ଛାଇଯାଇଛନ୍ତି । ରେଡ ବିକନିରେ କରିଥିବା ଫଟୋ ସୁଟ୍ ଏବେ ଭାଇରାଲ ହେବାରେ ଲାଗିଛି । ସନି ଇଂଷ୍ଟାରେ ପ୍ରାୟ ଆକ୍ଟିଭ ରହୁଛନ୍ତି । ଯେଉଁଠି ତାଙ୍କ ଫଲୋର୍ସଙ୍କ ସଂଖ୍ୟା ଏବେ ୨୧.୮ ମିଲିୟନରେ ପହଞ୍ଚି ସାରିଲାଣି। ଏଥିରେ ତାଙ୍କ ରେଡ ବିକନି ଲୁକ୍ ତାଙ୍କ ଫ୍ୟାନଙ୍କୁ ପାଗଳ କରିଦେଇଛି।
{"id":115649}ଫିଲ୍ମ ଜିସ୍ମ-୨ରେ ସନି ବଲିଉଡ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ସେପରି ଦର୍ଶକୀୟ ଆଦୃତି ଲାଭ କରିନଥିଲା। ଏଣୁ ମଝିରେ କିଛି ସମୟ ଦକ୍ଷିଣ ଭାରତ ଆଡକୁ ମନ କରିଥିଲେ ସନି। ତେବେ ତାଙ୍କୁ ବଲିଉଡରେ ଏବେ ମିଳୁଥିବା ଅଫର ବି କିଛି ମନ୍ଦ ନୁହେଁ। ଏଣୁ ମଝିରେ ମଝିରେ ନିଜର ଫ୍ୟାନଙ୍କ ପାଇଁ ସୋସାଲ ମିଡିଆରେ ଯେଉଁ ଫଟୋ ଓ ଭିଡିଓ ପକାଉଛନ୍ତି ତାହା ତାଙ୍କ ପାଇଁ ତାଙ୍କ ଦର୍ଶକଙ୍କ କ୍ରେଜକୁସୂଚିତ କରୁଛି ।