Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ୍ ମିଡିଆରେ ଭାଇରାଲ ହେଲା ସନ୍ନୀ ଲିଅନିଙ୍କର ଏହି ନୂଆ ଫଟୋ

ମୁମ୍ୱାଇ୧୫|୪: ସନ୍ନୀ, କରନଜୀତ କୌର ଭୋରା ନାଁରେ ମଧ୍ୟ ପରିଚିତା।  ସ୍କୁଲରୁ ନେଇ ଆଡଲ୍‌ଟ ଫିଲ୍ମରେ ଏଣ୍ଟ୍ରି କରିବା ଯାଏଁ ତାଙ୍କ ଜୀବନର ପ୍ରତ୍ୟେକ ମୂହୁର୍ତ୍ତ କଷ୍ଟକର ଥିଲା । ସନ୍ନୀ ତାଙ୍କ ନିଜ ଇଚ୍ଛାରେ ଆଡଲ୍‌ଟ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ସେ ଏହି ଇଣ୍ଡଷ୍ଟ୍ରୀରେ ପାଦ ଦେଉ ଦେଉ ହିଟ୍‌ ହୋଇଥିଲେ । ସମସ୍ତଙ୍କୁ ପଛରେ ପକାଇ ପାଇଥିଲେ ବଲିଉଡର ଏହି ହଟ୍‌ ଅଭିନେତ୍ରୀ।
ଅନେକ ସଂଘର୍ଷ କରିଲା ପରେ ସେ ବଲିଉଡରେ ପାଦ ଦେଇଥିଲେ। ବଲିଉଡରେ ଏଣ୍ଟ୍ରି କରିଲା ପରେ ମଧ୍ୟ ସେ ଅନେକ ସମସ୍ୟାର ସାମ୍ନା କରିଛନ୍ତି। ବହୁ କଷ୍ଟର ସାମ୍ନା କରିଲା ପରେ ଆଜି ସେ ଜଣେ ନାମିଦାମୀ ଅଭିନେତ୍ରୀ ହେବାରେ ସଫଳ ହୋଇଛନ୍ତି। ତାଙ୍କ ଆଇଟମ୍‌ ସଂଗ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି।

ବୋଲ୍ଡନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣା ଶୁଣା। ଏବେ ବଲିଉଡ ସହ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରୁଛନ୍ତି।

ସନ୍ନୀ ଲିୟନି ସୋସିଆଲ୍‌ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ଅଧିକାଂଶ ସମୟରେ ସେ ତାଙ୍କ ପରିବାରର ଫଟୋ ସେୟାର କରନ୍ତି। ଏବେ କିଛି ଦିନ ତଳେ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଧମାଲ କରିଛି। ଏହି ଫଟୋରେ ସନ୍ନୀ ଖାସ ଅନ୍ଦାଜରେ ପୋଜ୍‌ ଦେଇଛନ୍ତି। ତାଙ୍କର ଏହି ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ପୋଷ୍ଟ ହେଉ ହେଉ ଏହି ଫଟୋକୁ ଲକ୍ଷେରୁ ଅଧିକ ଲାଇକ୍‌ ମିଳିଥିଲା। ଏହି ଫଟୋରେ ସେ ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ ରେ ଥିଲେ। ଏଥିରେ ତାଙ୍କ ପରିଧାନ ଶୈଳୀକୁ ମ୍ୟାଚ୍‌ କରି ସେ ସ୍ମୋକି ଆଇଜ୍‌ର ମେକ୍‌ଅପ୍‌ କରିଥିଲେ। ସନ୍ନୀଙ୍କ ଆଗାମୀ ତାମିଲ ଫିଲ୍ମ ବିରାମାଦେବୀ ଓ ମଲାୟଲମ୍‌ ଫିଲ୍ମ ରଙ୍ଗିଲା ଖୁବ୍‌ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ତାଙ୍କ ଅଭିନୟ ଦେଖିବା ପାଇଁ ଅନେକ ଦର୍ଶକ ଓ ପ୍ରସଂଶକ ଅପେକ୍ଷାରେ ଅଛନ୍ତି।

 

466 Views

   ସମ୍ବନ୍ଧିତ ଖବର