ଦୂରଦର୍ଶନରେ ରାମାୟଣ,ମହାଭାରତ ପୁନଃ ପ୍ରସାରଣ ପରେ ଏମିତି କହିଲେ ସନି ଲିଓନି, ହୋଇଗଲା ଭାଇରାଲ୍
31/03/2020 at 11:23 AM

ମୁମ୍ବାଇ ୩୧/୩: ବଲିଉଡ ଅଭିନେତ୍ରୀ ସନି ଲିଓନି ପ୍ରାୟତଃ ସବୁବେଳେ ନିଜ ଲୁକସ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। ସନି ଲିଓନିଙ୍କ ଜନ୍ମ କାନାଡ଼ାରେ ହୋଇଥିଲା,କିନ୍ତୁ ଭାରତରେ ମଧ୍ୟ ତାଙ୍କ ଲୋକପ୍ରିୟତା ରହିଛି। ସନି ଲିଓନି ଏବେ ତାଙ୍କ ଫ୍ୟାନଙ୍କ ପାଇଁ ଫଟୋ ସେୟାର କରିଛନ୍ତି,ଯାହା ଖୁବ୍ ଭାଇରାଲ୍ ହୋଇଛି।

ସନି ଲିଓନି ଏହି ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଟି-ଶର୍ଟରେ ଲେଖା ହୋଇଛି –ପୁଣି ଥରେ ୯୦ ଦଶକ। ଏହା ପଛରେ ମଧ୍ୟ ଏକ ମ୍ୟାସେଜ ଅଛି।

ସନି ଲିଓନି ଏହି ଫଟୋକୁ ସେୟାର କରି ଲେଖିଛନ୍ତି- ସେମାନେ ତାଙ୍କ ଟି-ଶର୍ଟକୁ ଗମ୍ଭୀରତାର ସହ ନେଇଗଲେ। ଅନୁମାନ କରନ୍ତୁ ଡିଡିରେ କ’ଣ ପୁଣି ଥରେ ଆସିଛି?

କରୋନା ଆତଙ୍କ ଯୋଗୁଁ ଦେଶବ୍ୟାପି ଲକଡାଉନ୍ ଘୋଷଣା କରାଯାଇଛି। ଏହା ପରେ ଦୂରଦର୍ଶନରେ ଅନେକ ପୁରୁଣା ଧାରାବାହିକ ପ୍ରସାରଣ ଆରମ୍ଭ କରାଯାଇଛି।

ଏବେ ୯୦ଦଶକର ସୁପରହିଟ୍ ଧାରାବାହିକ ଶକ୍ତିମାନ୍ ପୁଣି ଥରେ ପ୍ରସାରଣ କରିବାର ନିଷ୍ପତ୍ତି ନିଆଯାଇଛି। ଶକ୍ତିମାନ୍ ଅପ୍ରେଲରୁ ଦ୍ବିପ୍ରହର ୧ଟାରେ ପ୍ରସାରିତ ହେବ।
