Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋସିଆଲ ମିଡିଆରେ ସନି ଲିୟୋନୀଙ୍କ ଭିଡିଓ ହେଲା ଭାଇରାଲ, ୟୁଜର୍ସ କହିଲେ ସାବାସ୍ ସନି

ନୂଆଦିଲ୍ଲୀ୮।୧୧: ବଲିଉଡ୍‌ ଅଭିନେତ୍ରୀ ସନି ଲିୟୋନୀଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କର ଏହି ଭିଡିଓକୁ ୟୁଜର୍ସ ଅଧିକ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ସନି ବେଲି ଡ୍ୟାନ୍ସ କରୁଥିବାର ଦୃଶ୍ୟ ରହିଛି। ସନି ଲିୟୋନୀ ନିଜ ଇଂଷ୍ଟାଗ୍ରାମ ପେଜରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଯାହାକୁ ଗୋଟିଏ ଦିନରେ ୯ ଲକ୍ଷ ଲୋକ ଦେଖିଲେଣି।

ଏବେ ସନି ଲିୟୋନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଭିଡିଓ ସନି ନିଜ ପ୍ରଂଶସକଙ୍କୁ ଭେଟିଦେଇ ଚାଲିଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ପ୍ରଂଶସା କରିଛନ୍ତି। ଜଣେ ୟୁଜର୍ସ ସନିଙ୍କ ଭିଡିଓରେ କମେଣ୍ଟ କରି ଲେଖିଛନ୍ତି ‘ସାବାସ୍‌ ସନି’।

ଏହା ପୂର୍ବରୁ ମଧ୍ୟ ସନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନିକଟରେ ଆଇକନ ଅଫ୍‌ ଦ ଇୟରପୁରସ୍କାର ସେ ପାଇଥିଲେ। ଏ ସମ୍ପର୍କରେ ସନି ନିଜ ଇଂଷ୍ଟାରେ ସମସ୍ତଙ୍କୁ ଜଣାଇଥିଲେ। ଯଦି ସନି ଲିୟୋନୀଙ୍କ କାମ କଥା କହିବା ତେବେ ଏବେ ସେ ଏମଟିଭି ସ୍ପ୍ଲିଟ୍‌ସ ଭିଲ୍ଲା ହୋଷ୍ଟ କରୁଛନ୍ତି। ୨୦୧୨ ମସିହାରେ ଜିସ୍ମ-୨ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।

1135 Views

   ସମ୍ବନ୍ଧିତ ଖବର