କୋଲକାତା କଲେଜ୍‌ରେ ସନି ଲିଅନ ଟପ୍ପର… ଖବର ଦେଖି କଣ ରିଆକ୍ସନ ଦେଲେ ଆଡଲ୍ଟ ସିନେମାର ଅଭିନେତ୍ରୀ

Published By : Prameya-News7 Bureau | August 28, 2020 IST

କୋଲକାତା  ୨୮।୦୮: ବଲିଉଡ ଅଭିନେତ୍ରୀ ସନି ଲିଅନଙ୍କ ନାମ କୋଲକାତା କଲେଜ୍‌ର ଆଡମିସନ ମେରିଟ୍ ଲିଷ୍ଟରେ ଶୀର୍ଷରେ ରହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରବେଶ ଯୋଗ୍ୟତା ସୂଚୀରେ ଏହି ହଟ୍‌ ଅଭିନେତ୍ରୀଙ୍କ ନାମ ଶୀର୍ଷରେ ରହିଛି।

{"id":321750,"sizeSlug":"large"}

ଗୁରୁବାର ଆଶୁତୋଷ କଲେଜ ନିଜର ଓ୍ଵେବ୍‌ସାଇଟ୍‌ରେ ବିଏରେ ଇଂରାଜୀ ଅନର୍ସରେ ନାମ ଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ କରିଛି। ଏହି ତାଲିକାର ଶୀର୍ଷରେ ଅଭିନେତ୍ରୀ ସନିଙ୍କ ନାମ ରହିଛି। ଏହା ସହିତ ଆପ୍ଲିକେସନ ଆଇଡି ୯୫୧୩୦୦୮୭୦୪, ରୋଲ ନମ୍ବର ୨୦୭୭୭୭-୬୬୬୬ ରହିଛି। ଏହା ସହିତ ସେ ୨୦୨୦ରେ ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରୁ ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଥିବା କୁହାଯାଇଛି।

ନାମ ସହିତ ଯୁକ୍ତ ୨ ପରୀକ୍ଷାରେ ସେ ଚାରି ବିଷୟରେ ୪୦୦ ନମ୍ବର ରଖିଛନ୍ତି। ସାମାଜିକ ଗଣମାଧ୍ୟମରେ ମେରିଟ୍ ଲିଷ୍ଟର ସ୍କ୍ରିନ୍ ସଟ୍‌ ଏବେ ଭାଇରାଲ ହୋଇଛି।

wp:html /wp:html

ସନି ଲିଅନ ହସିବା ଶୈଳୀରେ କହିଛନ୍ତି ଆପଣ ସମସ୍ତଙ୍କୁ ଆଗାମୀ ସେମିଷ୍ଟାରରେ କଲେଜ୍‌ରେ ଦେଖିବି। ଟ୍ଵିଟ୍‌ରରେ ପୋଷ୍ଟ କରି ସେ ଏହା ଲେଖିଛନ୍ତି। କଲେଜ୍‌ର ଜଣେ ଅଧିକାରୀ କହିଛନ୍ତି ଏହା କୌଣସି ଅସାମାଜିକ ଲୋକ ଜାଣି ଶୁଣି ସନି ଲିଅନଙ୍କ ନାମକୁ ଟାଇପ୍‌ କରି ଭୁଲ ଭାବ ଆବେଦନ ପତ୍ର ପ୍ରସ୍ତୁତ କରିଛନ୍ତି। ଆମେ ନାମ ଲେଖା ବିଭାଗକୁ ଏହି ତ୍ରୁଟି ସଜାଡି ଠିକ୍ କରିବାକୁ କହିଛୁ। ଏହି ଘଟଣାର ତଦନ୍ତ ମଧ୍ୟ କରାଯିବ।

wp:html /wp:html

ପରେ ସନ୍ଧ୍ୟାରେ ତାଲିକାରେ ଥିବା ସନି ଲିଅନଙ୍କ ନାମ ବଦଳାଇ ଏବିସି କରାଯାଇଛି। ବାକି ସବୁ ବିବରଣୀ ସମାନ ରହିଛି। ଏହାକୁ ନେଇ ଅନଲାଇନ୍‌ ପ୍ରବେଶ ପ୍ରକ୍ରିୟାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଗତ ବର୍ଷ ଏକ ଟେଲିଭିଜନ ଆଙ୍କର କହିଥିଲେ ସନି ଲିଓନ ଲୋକସଭା ନିର୍ବାଚନ ୨୦୧୯ରେ ସନି ଦେଓଲଙ୍କ ସ୍ଥାନ ନେବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.