ମୁହଁ ଖୋଲିଲେ ଏହି ଅଭିନେତ୍ରୀ : ସୋସିଆଲ ମିଡିଆ ଟ୍ରୋଲିଙ୍ଗକୁ କିପରି କରନ୍ତି ହ୍ୟାଣ୍ଡଲ୍
3/02/2020 at 1:39 PM

ମୁମ୍ବାଇ ୩/୨: ନିଜ ଫିଲ୍ମ ସହ ନିଜ ଲାଇଫଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସନି ଲିଓନି କିଛି ବର୍ଷ ହେବ ଭିନ୍ନ ଧରଣର ଫିଲ୍ମରେ କାମ କରୁଛନ୍ତି। ସେ ବଲିଉଡ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ଏବଂ ସେ କିଛି ଦିନ ହେବ ନେପାଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଡେବ୍ୟୁ କରିଛନ୍ତି। ସନି ଲିଓନିଙ୍କ ସୋଶିଆଲ ମିଡିଆରେ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ଅଛନ୍ତି କିନ୍ତୁ ତାଙ୍କୁ ମଧ୍ୟ ଟ୍ରୋଲିଙ୍ଗର ସମ୍ମୁଖୀନ ହେବାକୁ ପଡ଼ିଛି। ନିକଟରେ ସନି ଏହା ବିଷୟରେ ନିଜ ରାୟ ରଖିଛନ୍ତି।

ସନି ସୋସିଆଲ ମିଡିଆ ନେଗେଟିଭିଟି ବିଷୟରେ କହିଥିଲେ ଯେ ସେ ଯେତେ ପୋଷ୍ଟ କରିଥାଆନ୍ତି,ଯେପରିକି ନିକଟରେ ସେ କରୋନା ଭାଇରସ ସହ ଜଡ଼ିତ ପୋଷ୍ଟ ସେୟାର କରିଥିଲେ। ଏଥିରେ ଆସୁଥିବା ନେଗେଟିଭ କମେଣ୍ଟକୁ ସେ ଜମା ବି ଗୁରୁତ୍ବ ଦିଅନ୍ତି ନାହିଁ। ସେ କହିଥିଲେ ଯେ ନେଗେଟିଭ କମେଣ୍ଟସକୁ ପଢ଼ି ତାଙ୍କ ସମୟ ନଷ୍ଟ କରନ୍ତି ନାହିଁ। ସେ ସେମାନଙ୍କ କଥାକୁ ଅଧିକ ଗୁରୁତ୍ବ ଦିଅନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଜଡ଼ିତ ଏବଂ ତାଙ୍କ ଭଲ ଚିନ୍ତା କରିଥାଆନ୍ତି।
