ଖୋଲାଖୋଲି ଚୋରି କଲେ ସନ୍ନି ଲିଓନି : ଭିଡିଓ ଭାଇରାଲ

Published By : Prameya-News7 Bureau | March 31, 2019 IST

ମୁମ୍ବାଇ ୩୧/୩: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କାମକୁ ନେଇ ସବୁବେଳେ ସିରିୟସ୍ ଥାଆନ୍ତି। ସେ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ନାଁ କମାଇଥିଲେ। ସନ୍ନି ନିଜ ଅସଲ ଜୀବନରେ କୁଲ୍ ରହିଥାଆନ୍ତି। ତାଙ୍କୁ ବହୁତ ଥର ସୁଟିଂ ସମୟରେ ନିଜ ସହଯୋଗୀ ସଦସ୍ୟଙ୍କ ମସ୍ତି କରିବାର ଦେଖାଯାଇଛି। ସନ୍ନି ଲିଓନି ସୋଶିଆଲ ମିଡିଆରେ ମଧ୍ୟ ସବୁବେଳେ ସକ୍ରିୟ ରହିଥାଆନ୍ତି। ସେ ତାଙ୍କ ଫ୍ୟାନଙ୍କ ନିମନ୍ତେ ସବୁବେଳେ ନୂଆ ଫଟୋ ସେୟାର କରୁଥାଆନ୍ତି। ଏବେ ସୋଶିଆଲ ମିଡିଆରେ ସନ୍ନିଙ୍କ ଏକ ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି ଏବଂ ଏହି ଭିଡିଓରେ ସେ କେକ୍ ଚୋରି କରୁଥିବାର ଦେଖିବାକୁ ମିଳିଛି।

ସନ୍ନି ଲିଓନି ନିକଟରେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହି ଭିଡିଓରେ ସନ୍ନି କେକ୍ ନେଇ ତାଙ୍କ ବ୍ୟାଗରେ ରଖୁଛନ୍ତି। ଯେତେବେଳେ ସେ ଧରା ପଡ଼ୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ତାଙ୍କ ସହକର୍ମୀ ବହୁତ ପରିଶ୍ରମ କରନ୍ତି। କ’ଣ ତାଙ୍କ ପାଇଁ ଟିକେ କେକ୍ ରଖାଯାଇପାରିବ ନାହିଁ।

wp:core-embed/instagram {"url":"https://www.instagram.com/p/BvbkJw8BKby/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""}
https://www.instagram.com/p/BvbkJw8BKby/?utm_source=ig_embed&utm_campaign=embed_video_watch_again
/wp:core-embed/instagram

ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି ସନ୍ନି ଲିଓନି ଖୁବ୍ ଶୀଘ୍ର ‘ବୀରମାଦେବୀ’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ସନ୍ନି ଜଣେ ଯୋଦ୍ଧାଙ୍କ ଭୂମିକାରେ ଅଭିନୟ କରିବେ। ସେ ଦୀର୍ଘ ଦିନ ହେବ ହିନ୍ଦୀ ଫିଲ୍ମରେ କାମ କରି ଆସୁଛନ୍ତି। ସନ୍ନି ଲିଓନି ଏବେ ଦକ୍ଷିଣ ଭାରତୀୟ ଫିଲ୍ମ ଆଡ଼କୁ ମୁହାଁଇଛନ୍ତି। ସନ୍ନି ମାଲାୟାଲମ୍ ଫିଲ୍ମ ‘ରଙ୍ଗୀଲା’ ରେ ଲିଡ ରୋଲରେ ନଜର ଆସିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.