ସନି ଲିଓନିଙ୍କ ଡରରେ ସୋସିଆଲ ମିଡିଆରେ ସନିଙ୍କ ପ୍ରଶଂସା କଲେ ତାଙ୍କ ସ୍ବାମୀ , ହେଲେ ପ୍ଲାକାର୍ଡ଼ରେ ଲେଖିଦେଲେ ସତ କଥା
21/04/2020 at 5:19 PM

ମୁମ୍ବାଇ ୨୧/୪: ସନି ଲିଓନି ସ୍ବାମୀ ଡାନିୟଲ ଓ୍ବେବରଙ୍କ ସହ ସମୟ ବିତାଉଛନ୍ତି। ସନି ଲିଓନି ସୋସିଆଲ ମିଡିଆରେ ଭିଡିଓ ଜରିଆରେ ଫ୍ୟାନ୍ସଙ୍କ ସହ ଇଣ୍ଟେରାକ୍ଟ କରୁଛନ୍ତି। କିନ୍ତୁ ଏବେ ତାଙ୍କ ସ୍ବାମୀ ଡାନିୟଲ ଓ୍ବେବରଙ୍କ ଏକ ଭିଡିଓ ସାମନାକୁ ଆସିଛି। ଭିଡିଓକୁ ଦେଖି ଆପର ନିଜ ହସ ରୋକିପାରିବେ ନାହିଁ।

ସନି ଲିଓନି ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସ୍ବାମୀ ଡାନିୟଲ ପ୍ଲାକାର୍ଡ଼ ନିଜ ହାତରେ ଧରିଛନ୍ତି। ଡାନିୟଲ୍ କହୁଛନ୍ତି ଯେ ସନି ସକାଳେ ଉଠି ଯାଇ ବହୁତ ଭଲ ଖାଦ୍ୟ ବନାନ୍ତି ଏବଂ ସବୁବେଳେ ଭଲ ଡ୍ରେସ୍ ପିନ୍ଧନ୍ତି।
ଡାନିୟଲ୍ ଯେତେବେଳେ ଏହି ସବୁ କଥା କହୁଥାଆନ୍ତି ସେତେବେଳେ ତାଙ୍କ ହାତରେ ଥିବା ପ୍ଲାକାର୍ଡ଼ ଏହାର ପୂରା ଓଲଟା ହୋଇଥାଏ। ଯେଉଁଥିରେ ଲେଖା ଥିଲା- ‘ତାଙ୍କର ସାହାଯ୍ୟ କରନ୍ତୁ। ସେ ଜମା ଭଲ କୁକ୍ ନୁହେଁ। ସେ ବହୁତ ଅଳସୁଆ। ସବୁବେଳେ ପାଇଜାମା ପିନ୍ଧନ୍ତି।’

ଡାନିୟଲ୍ ଭିଡିଓ କରିବା ବେଳେ ସନି ତାଙ୍କ ପାଖ ଦେଇ ପାସ୍ କରୁଛନ୍ତି କିନ୍ତୁ ତାଙ୍କୁ ଏବିଷୟରେ ଜଣା ପଡ଼ୁନାହିଁ। ପରେ ଭିଡିଓ ସେୟାର କରି ସନି ଲିଓନି ଲେଖିଛନ୍ତି- ‘ଏବେ ସେ ଦେଖିଲେ। ଡାନିୟଲଙ୍କୁ କାଲି ମଜା ଚଖାଇବେ। ଏବେ ପ୍ରତିଶୋଧ ନେବାର ବାରି।’

ସନି ଳିଓନି ନିକଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ରୁଟି ଏବଂ ଜିଲାପି ବନାଉଛନ୍ତି। ସନି ରୁଟି ଏବଂ ଜିଲାପି ବନାଉଥିବାବେଳେ ଡ୍ୟାନ୍ସ ମୁଭ୍ କରୁଛନ୍ତି। ସନିଙ୍କ ଏହା ସିଗ୍ନେଚର ଷ୍ଟେପ୍ସ।