ସୁଟିଂ ସେଟ୍କୁ ଫେରିଲେ ସନି ଲିଓନି : ଦୀର୍ଘ ଦିନ ପରେ କ୍ୟାମେରା ସମ୍ମୁଖରେ ଆସି ଅଛନ୍ତି ଉତ୍ସାହିତ
2/12/2020 at 11:40 AM

ମୁମ୍ବାଇ ୨/୧୨ : ବଲିଉଡ ଅଭିନେତ୍ରୀ ସନି ଲିଓନି ଫିଲ୍ମ ସେଟ୍କୁ ଆସି ଅତ୍ୟନ୍ତ ଖୁସି ଅଛନ୍ତି। ସେ ନିକଟରେ ଲସ୍ ଏଞ୍ଜେଲସ୍ରୁ ନିଜ ସ୍ବାମୀ ଏବଂ ପିଲାଙ୍କ ସହ ମୁମ୍ବାଇ ଫେରି ଆସିଛନ୍ତି। କରୋନା ସମୟରେ ଲକଡାଉନ୍ରେ ସନି ଲିଓନି ନିଜ ପରିବାର ସହ ଭଲ ସମୟ ବିତାଇଛନ୍ତି। ସେ ଦୀର୍ଘ ଦିନ ଅପେକ୍ଷା କରିବା ପରେ ସେଟ୍କୁ ଆସି ନିଜ ଖୁସି ପ୍ରକାଶ କରିଛନ୍ତି।
ସନି ଲିଓନି ଏକ ଓ୍ବେବ୍ ସିରିଜର ସୁଟିଂ କରୁଛନ୍ତି ଏବଂ ଜଣେ ହୋଷ୍ଟ୍ ଭାବେ ସ୍ପିଲ୍ଟସଭିଲାର ତ୍ରୟୋଦଶ ସିଜନ୍ର ସୁଟିଂ କରିବା ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି। ସନି ଲିଓନି କହିଛନ୍ତି ଯେ ସେ ବହୁତ ଦିନରୁ ସେଟ୍କୁ ଆସିବାକୁ ଅପେକ୍ଷା କରିଥିଲେ। ତାଙ୍କ ପାଖରେ ଏକ ପ୍ୟାକ୍ ସିଡ୍ୟୁଲ୍ ରହିଛି,କିନ୍ତୁ ସେ ଅଭିଯୋଗ କରୁ ନାହାନ୍ତି। ସେ କ୍ୟାମେରା ସମ୍ମୁଖରେ ଆସିବା ପାଇଁ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି,କାରଣ ଏହା ସେହି ସ୍ଥାନ,ଯେଉଁଠାରେ ସେ ବାସ୍ତବରେ ଅଛନ୍ତି।

ସନି ଆଗକୁ କହିଛନ୍ତି ଯେ,‘ ଲସ୍ ଏଞ୍ଜେଲସରେ ତାଙ୍କୁ ପରିବାର ସହ କ୍ବାଲିଟି ଟାଇମ୍ ବିତାଇବାକୁ ବହୁତ ସମୟ ମିଳିଥିଲା। ସେ ନିଜ କାମକୁ ବହୁତ ମିସ୍ କରୁଛନ୍ତି। ସେ କିଛି ଦମଦାର ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଯାହାକୁ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିବା ପାଇଁ ଅପେକ୍ଷା କରି ପାରିବେ ନାହିଁ।

ସନି ଲିଓନିଙ୍କ ଆଗାମୀ ଫିଲ୍ମର ନାଁ କୋକା କୋଲା। ସେ ଏବେ ଏହାର ସୁଟିଂ କରୁଛନ୍ତି। ଏହା ବ୍ୟତୀତ ତାଙ୍କ ପାଖରେ ଗୋଟିଏ ଦକ୍ଷିଣ ଭାରତୀୟ ଫିଲ୍ମ ରହିଛି। ଏବେ ସୁଦ୍ଧା ଏହି ଫିଲ୍ମର ନାଁ ସ୍ଥିର ହୋଇନାହିଁ।

Related Posts
ଟିଭି ପରଦାର ଇଚ୍ଛାଧାରୀ ନାଗୁଣୀ କିଣିଲେ କୋଟିଏ ଟଙ୍କାର କାର
16 January 2021