ଲକଡାଉନରେ ପିଲାମାନଙ୍କୁ ନେଇ ଲସ୍ ଆଞ୍ଜେଲସ୍ ପହଞ୍ଚିଲେ ସନି ଲିଓନି ଏବଂ ତାଙ୍କ ସ୍ବାମୀ : କହିଲେ,ଏଠାରେ ରହିବେ ସୁରକ୍ଷିତ

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨/୫: କରୋନା ଭାଇରସ୍ ମହାମାରୀ ମଧ୍ୟରେ ସନି ଲିଓନି ସ୍ବାମୀ ଡାନିୟଲ୍ ଓ୍ବେବର ଏବଂ ୩ପିଲା ନିଶା,ନୁହ ଏବଂ ଆଶେରଙ୍କ ସହ ଲସଏଞ୍ଜେଲସ୍ ପହଞ୍ଚି ଯାଇଛନ୍ତି। ତାଙ୍କ ମତରେ ପିଲା ସେଠାରେ ସୁରକ୍ଷିତ ରହିବେ। ସନି ୩ପିଲାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ୩ପିଲାଙ୍କ ସହ ବଗିଚାରେ ନଜର ଆସିଛନ୍ତି। ଫଟୋ ସହ ସେ ସମସ୍ତଙ୍କୁ ମଦର୍ସ ଡେର ଶୁଭ କାମନା ଜଣାଇଛନ୍ତି।

wp:core-embed/instagram {"url":"https://www.instagram.com/p/CACPBLSjXIT/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CACPBLSjXIT/?utm_source=ig_embed
/wp:core-embed/instagram

ସନି ଲେଖିଛନ୍ତି,‘ ସମସ୍ତ ମାଆଙ୍କୁ ମଦର୍ସ ଡେ ର ଶୁଭ କାମନା। ତାଙ୍କୁ ଏବଂ ଡାନିୟଲଙ୍କୁ ପିଲାମାନଙ୍କୁ ସେଠାକୁ ନେଇ ଯିବାର ସୁଯୋଗ ମିଳିଛି,ଯେଉଁଠି ତାଙ୍କୁ ଲାଗୁଛି ସେମାନେ କରୋନା ଭାଇରସଠୁ ପୂରାପୂରି ସୁରକ୍ଷିତ ରହିବେ। ଘରଠୁ ଦୂରରେ ଲସ୍ ଏଞ୍ଜେଲସରେ ତାଙ୍କ ଘର ଏବଂ ସିକ୍ରେଟ୍ ଗାର୍ଡ଼େନ୍। ସେ ଜାଣନ୍ତି ଯେ ତାଙ୍କ ମାଆ ତାଙ୍କୁ ଏପରି କରିବାକୁ କହିଥିବେ। ହାପି ମଦର୍ସ ​‌ଡେ।’

wp:core-embed/instagram {"url":"https://www.instagram.com/p/CABJdv6HG-7/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CABJdv6HG-7/?utm_source=ig_embed
/wp:core-embed/instagram

ଡାନିୟଲ୍ ମଧ୍ୟ ନିଜ ସୋସିଆଲ ମିଡିଆ ପୋଷ୍ଟରେ ୟୁଏସ୍ ପହଞ୍ଚିବାର ସୂଚନା ଦେଇଛନ୍ତି। ସେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି,‘କ୍ବାରେଣ୍ଟାଇନ୍ ପାର୍ଟ-୨: ଅଧିକ ଖରାପ ନୁହେଁ।’

{"id":268776,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.